You are currently viewing ବେଲଗୁଣ୍ଠା ପଂଚାୟତ ସମିତିର ପଞ୍ଚମ ଅଧିବେଶନ ,
ବେଲଗୁଣ୍ଠା ପଂଚାୟତ ସମିତିର ପଞ୍ଚମ ଅଧିବେଶନ ,

ରାଜନୀତିରୁ ଉର୍ଦ୍ଧ୍ବରେ ରହି ପ୍ରକୃତ ହିତାଧିକାରୀଙ୍କ ନିକଟରେ ସେବା ପହଞ୍ଚାଇବା କୁ ବିଧାୟକଙ୍କ ନିର୍ଦେଶ

ଗଂଜାମ, ବେଲଗୁଣ୍ଠା ପଂଚାୟତ ସମିତିର ପଞ୍ଚମ ଅଧିବେଶନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସ୍ଵତନ୍ତ୍ର ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ଅତିଥି ରୂପେ ତହସିଲଦାର ମନୋଜ ପ୍ରଭାକର କୁଜୁର୍,ସହକାରୀ ଯନ୍ତ୍ରୀ ତୁଷାର କୁମାର ସାମଲ୍, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଡ଼ିଓ ଶ୍ରୀ ଶତପଥୀ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଜନପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ I ଆଜିର ବୈଠକ ମଣ୍ଡି ସମସ୍ୟାକୁ ନେଇ ବେଶ୍ ସରଗରମ୍ ହୋଇଥିଲା I ଟୋକନ୍ ଏବଂ ମିଲର୍ ଙ୍କ ଟାର୍ଗେଟ୍ ମଧ୍ୟରେ ତାଳମେଳ ରହୁନଥିବା ବେଳେ ମଣ୍ଡି ଠିକ୍ ସମୟରେ ଧାନ ଉଠାଉ ନଥିବା ନେଇ ଅଭିଯୋଗ ଆଣିଥିଲେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା I ଗୋବରା ଓ ବେଲଗୁଣ୍ଠା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଏହାର ସମାଧାନ ପାଇଁ ଜିଲ୍ଲାପାଳ ଓ ସିଡିଏମ ସହ ଯୋଗାଯୋଗ କରି ଏହାର ସମାଧାନ କରାଯିବାକୁ ନିଷ୍ପତି ନିଆଜl ଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡା ବାଲୁଙ୍କେଶ୍ୱରୀ ସଢଙ୍ଗୀ , ଭେଟେନାରୀ ସର୍ଜନ୍ ଡ଼ାକ୍ତର କାର୍ତ୍ତିକ ସାହୁ, ଗ୍ରାମ୍ୟ ଉନ୍ନୟନ ଆସିଷ୍ଟାଣ୍ଟ ଇଂଜିନିୟର ସୁଶାନ୍ତ ମହାପାତ୍ର, ସବ୍ ଡିଭିଜିନାଲ ବିଦ୍ୟୁତ୍ ଅଧିକାରୀ ଆଦିତ୍ୟ ଦାସ୍, ବନାଞ୍ଚଳ ଅଧିକାରୀ କୁମର ବେହେରା, ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ରମାକାନ୍ତ ଦାସ୍, କୃଷି ଅଧିକାରୀ ବାସୁଦେବ ସାହୁ,ସିଡିପିଓ ଗାୟତ୍ରୀ ମିଶ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I ଚଉଦ କୋଟି ଟଙ୍କା ବ୍ୟୟରେ ବଡ଼ ନଦୀ ଉପରେ କେ ନୂଆଗଡ଼ ଏବଂ ଜାଲଖାଇ ମଧ୍ୟରେ ଏକ ପୋଲ ପାଇଁ ଟେଣ୍ଡର୍ କୁ ଚାଲିଯାଇଥିବା ବେଳେ ଖୁବ୍ ଶୀଘ୍ର ଏହାର ଶୁଭ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ I ପ୍ରଶାସନ ଜନତାଙ୍କ ପାଖରେ ପହଂଚି ଲାଗିରହିଥିବା ସମସ୍ୟା ଗୁଡିକର ସମାଧାନ କରିବାକୁ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ I ବିଧାୟକ ଶ୍ରୀ ସ୍ୱାଇଁ ରାଜନୀତିରୁ ଉର୍ଦ୍ଧ୍ବରେ ରହି ପ୍ରକୃତ ହିତାଧିକାରୀଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ସରପଞ୍ଚ ରାମେଶ୍ୱର ପାତ୍ର, ଦୁର୍ଗାମାଧଵ ନାୟକ ,ସୁପ୍ରଭା ଗୌଡ଼ ସମିତି ସଭ୍ୟ ସୁଧାଂଶୁ ଶେଖର ପଲେଇ, କୁଞ୍ଜବିହାରୀ ନାୟକ,ବହୁ ଲୋକ ପ୍ରତିନିଧି ଙ୍କ ସମେତ ବ୍ଳକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I

ଗଂଜାମ ବେଲଗୁଣ୍ଠା ରୁ ଶିବରାମ ଚୌଧୁରୀଙ୍କ ରିପୋର୍ଟ