ସାନଖେମୁଣ୍ଡି ,୦୨/୦୭ -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ୭୭ ତମ ବନ ମହୋତ୍ସବ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ଚନ୍ଦ୍ରଗିରି ବନ୍ୟା ଅଞ୍ଚଳର ବନ୍ଧୀଆ ଗମାଙ୍ଗ ଓ ଗଙ୍ଗାଧର ଭୁଁୟା ଫରେଷ୍ଟ ଗାର୍ଡଙ୍କ ଉପସ୍ଥିତିରେ ଗଛର ଉପକାରିତା ଉପରେ ବିଦ୍ୟାର୍ଥୀ ମାନଙ୍କୁ ବୁଝାଇଥିଲେ । ପରେ ଉକ୍ତ ବିଦ୍ୟାଳୟ ହତା ମଧ୍ଯରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସଦାଶିବ ପାଢ଼ୀ , ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ପ୍ରଧାନ , ଶ୍ରୀମତୀ କୁସୁମ ମଲ୍ଲିକ ଏବଂ ଶ୍ରୀମତୀ ସ୍ୱାଗତିକା ଦେବୀ ସହଯୋଗ କରିଥିଲେ ।



