You are currently viewing ଆସିକା ବନାଞ୍ଚଳ ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ
ଆସିକା ବନାଞ୍ଚଳ ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ

ଆସିକା,୫/୭(ଶକ୍ତି ପ୍ରସାଦ କର) ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଶେରଗଡ଼ ସେକସନ ଆସିକା ବନାଞ୍ଚଳ ପକ୍ଷରୁ ବେଲପଦା ନଣ୍ଡାପାହାଡରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇ ଯାଇଛି l ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ଆଖି ଆଗରେ ରଖି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିବା ସହ ବେଲପଦା ନଣ୍ଡାପାହାଡ ଠାରେ ନୂତନ ବନ୍ୟାଞ୍ଚଳ ସୃଷ୍ଟି କରିବାକୁ ଲକ୍ଷ ରଖାଯାଇ ଯାଇଗଛ ରୋପଣ କରାଯାଇଛି l

ମା ପାଇଁ ଗଛଟିଏ ନାରା ଦେଇ ପ୍ରତ୍ୟେକ ଲୋକଙ୍କୁ ଗଛଟିଏ ଲଗାଇବା ପାଇଁ ସଚେତନ କରାଯାଇଛି l ଏହି ବନ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟକ ସରୋଜ ପାଢ଼ୀ, ପିତଳ କଲେଜ ଅଧ୍ୟାପିକା କୁସୁମ ଲତା ମହାପାତ୍ର, ଓଡ଼ିଆ ଅଧ୍ୟାପିକ କେଶବ ଚନ୍ଦ୍ରଦାସ, ଶ୍ୱାନ୍ତନୁ କୁମାର ବେହେରା, ପିତଳ କଲେଜ ଅଧ୍ୟକ୍ଷ ଗୋଲାପ ମଞ୍ଜରୀ ପ୍ରଧାନ, ଏସ. ସି. ଏଫ. ଓ ରଜତ କୁମାର ମିଶ୍ର,
ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବିଧାୟକ ପତିନିଧି ସଙ୍ଗୀତ କୁମାର ପାତୀ, ସନ୍ଦିପ ପାଢୀ, ଭିକାରୀ ଚରଣ ମହାନ୍ତି, ବିଜୟ ସ୍ବାଇଁ, ଶିବ ଗୈଡ, ଭାଷ୍କର ପ୍ରଧାନ, ସନ୍ତୋଷ ପ୍ରଧାନ ସମେତ ସ୍କୁଲର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ l