You are currently viewing ବ୍ଲକ ସ୍ତରୀୟ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଆୟୋଜିତ
ବ୍ଲକ ସ୍ତରୀୟ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଆୟୋଜିତ

ଆସିକା,(ଶକ୍ତି ପ୍ରସାଦ କର)୨୩/୮ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବାବନ ପୁର ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ବଳରାମ ଯୋଜନ ଅଧୀନରେ ସମବାୟ ବିଭାଗ ତରଫରୁ ୨୦୨୩-୨୪ ବର୍ଷ ପାଇଁ ଫସଲ ଋଣ ବଣ୍ଟନ ମେଳା ଆୟୋଜନ କରାଯାଇଥିଲା I ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଦ୍ୱାରା ମିଳିତ ଦେୟ ଗୋଷ୍ଠୀ ମାନଙ୍କ ମଧ୍ୟରେ ପ୍ରତି ଦଳ ପିଛା ଏକ ଲକ୍ଷ ଟଙ୍କାର ସମୁଦାୟ ଷୋହଳ ଗୋଟି ଦଳ ମଧ୍ୟରେ ଚେକ ବଣ୍ଟନ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକାର ମାନ୍ୟବର ବିଧାୟକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ସହକାରୀ ସମବାୟ ନିବନ୍ଧକ ଶ୍ରୀ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବଳରାମ ଯୋଜନା ମାଧ୍ୟମରେ ଋଣ ନେଇ କୃଷି କ୍ଷେତ୍ରରେ ଅଗ୍ରଗତି ସହ କୃଷି ଅର୍ଥନୀତିକୁ ସୁଦୃଢ କରିବା ସହ ବିକାଶର ସାଥି ହେବା ପାଇଁ ଆହ୍ୱାନ ଦେଇଥିଲେ I ସଠିକ ସମୟରେ ଋଣ ପରିଶୋଧ ପାଇଁ ପରାମର୍ଶ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ଆସିକା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ଶ୍ରୀ ରାଜେଶ ପଟ୍ଟନାୟକ ଅଦ୍ଧକ୍ଷତା କରିଥିଲେ I ବ୍ଲକ କୃଷି ଅଧିକାରୀ ଶ୍ରୀ ବାସୁଦେବ ସାହୁ ସଂଯୋଜନା କରିଥିଲେ ଓ ଶ୍ରୀମତୀ ଶୁଭ୍ରତା ମିଶ୍ର ସହକାରୀ କୃଷି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କ୍ଷେତ୍ର କର୍ମଚାରୀ ସହଯୋଗ କରିଥିଲେ I