ପୁରୀ ଜିଲ୍ଲା ଚବିଶ ମୌଜା ପଞ୍ଚୁଦଳ ମେଳଣ ପଡିଆ ଠାରେ ଆମ ପୁସ୍ତକ ମେଳା ର ପଞ୍ଚମ ବାର୍ଷିକ ସ୍ଵ ନକ୍ଷତ୍ର ଉତ୍ସବ କରିଛି. ଏହା 31ଠାରୁ ଆରମ୍ଭ ହୋଇ 2ତାରିଖ ପର୍ଯ୍ୟନ୍ତ ଚାଲିଥିଲା. ଏହା କୁ ଆନୁଷ୍ଠାନିକ ଭାବେ ଚବିଶ ମୌଜା ମାର୍ଫତ ସଂଗ୍ରାମ କେଶରୀ ପଟନାୟକ ଉଦଘାଟନ କରିଥିଲେ ଓ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସେନାଧିକାରୀ ଦୀପକ ଜେନା ଥିବା ବେଳେ ଦ୍ୱିତୀୟ ଦିନ ମୁଖ୍ୟ ଅତିଥି ଲଷ୍ମୀ କାନ୍ତ ଦଳେଇ ବିଶିଷ୍ଟ ଅତିଥି କୈଳାଶ ଚନ୍ଦ୍ର ବାରିକ କନ୍ଦାଖାଇ କଲେଜ ଅଧକ୍ଷ ଓ ତୃତୀୟ ଦିନର ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଏସ୍ଡ଼ିପିଓ ଅଜୟ ବାରିକ ଯୋଗ ଦେଇ ଥିଲେ. ପୁସ୍ତକ ମେଳା ର ସଭାପତି ଉଲ୍ଲାସ ଜେନା ସମ୍ପାଦକ ବିଷ୍ଣୁପ୍ରଶାଦ ଦଳେଇ ଉପସ୍ଥିତ ଥିବା ବେଳେ ଦୈତାରି ବିଶ୍ୱାଳ ସୁରେନ୍ଦ୍ର ପ୍ରଧାନ ମନୋଜ ବାରିକ ଓ କୋଷାଧକ୍ଷ ବିଦ୍ୟାଧର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ. ପ୍ରତେହ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କବିତା ଆସର କରାଯାଇଥିଲା. କନ୍ଦାଖାଇ କଲେଜ ପ୍ରାଧ୍ୟାପକ ଚନ୍ଦ୍ର ଶେଖର ମହାନ୍ତି ଙ୍କ ନେତୃତ୍ୱ ରେ ବ୍ଲକ ର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ବ୍ଲକ ର ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ମାନ ପତ୍ର ସହ ଉପଢୌକନ ଦେଇ ସଂମାନିତ କରାଯାଇଥିଲା ଏଠାରେ ଭୁବନେଶ୍ୱର ଓ ବ୍ରହ୍ମପୁର ସହରରୁ ପ୍ରାୟ 20ଗୋଟି ପୁସ୍ତକ ଷ୍ଟାଲ ପଡିଥିଲା ଅନେକ ଲୋକ ଡିଜିଟାଲ ଯୁଗରେ ବିଭିର୍ନ ପୁସ୍ତକ କିଣି ଖୁସି ହୋଇଥିଲେ
ଭଳିକି ଭଳି ସାହିତ୍ୟ କବିତା ଆବୃତ୍ତି ଯୋଙ୍ଗୁ ଅଂଚଳ ରେ ବହୁ କବି ସୃଷ୍ଟି ହୋଇ ବେ ବୋଲି ସାହିତ୍ୟ ଜଗତର କର୍ଣ୍ଣଧାର ପ୍ରାକ୍ତନ ଅଧକ୍ଷ ନୀଳକଣ୍ଠ ତ୍ରିପାଠି କହିଥିଲେ
କୃଷ୍ଣପ୍ରଶାଦ ପ୍ରତିନିଧି ପ୍ରତାପ ହରିଚନ୍ଦନ ଙ୍କ ରିପୋର୍ଟ ଆଇଜେବି ନ୍ୟୁଜ
