You are currently viewing ପୋଡାମାରୀ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟ ଓ ସଂକୃତି କ କାଯ୍ୟକ୍ରମ ଅନୁଷ୍ଠିତ
ପୋଡାମାରୀ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟ ଓ ସଂକୃତି କ କାଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି ୩/୦୨/୨୪ (ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୁଡାମାରି ପଞ୍ଚାୟତ ରେ ରାଜ୍ୟବ୍ୟାପୀ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଳନ ଅବସରରେ ଆଜି ପୁଡାମାରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କଳା ସଂସ୍କୃତି ସାହିତ୍ୟ ଭିତ୍ତିକ ଉତ୍ସବ ଓ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।

ପ୍ରଭାତରେ ଓଡ଼ିଶାର ବୀର ରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରଯାଇଥିଲା।କବି ସାହିତ୍ୟିକ କୁନିକୁନି କଳାକାର ମାନଙ୍କ

ସମାବେଶରେ ପୋଡାମାରୀ ପଞ୍ଚାୟତ ପକ୍ଷରୁ ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ସତ୍ୟ ଶରଣ ପାଠୀ, ସନମାନିତ ବକ୍ତା ଭାବେ ପଣ୍ଡିତ ଶ୍ରୀ ବିଜୟ କୁମାର ପାଢ଼ୀ, ଅବସର ଶିକ୍ଷକ ଶ୍ରୀ ଦାମୋଦର ପ୍ରଧାନ, ଅବସର ଶିକ୍ଷକ ଶ୍ରୀ ରବୀନ୍ଦ୍ର ଦାଶ, ସମସ୍ତ ବିଦ୍ୟାଳୟ ର ଶିକ୍ଷକ, ଅଙ୍ଗନ ବାଡ଼ି, ଆଶା, GPLF ଟିମ, ସମସ୍ତ ୱାର୍ଡ ସଭ୍ୟ /ସଭ୍ୟା ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋଚନା କରିଥିଲେ ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ରେ ଭାଷା ସାହିତ୍ୟ ଉପରେ ପ୍ରତିଯୋଗିତା କରି କୃତକାର୍ଯ୍ୟ ହୋଇଥିବା ପିଲା ମାନଙ୍କୁ ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା

ରିପୋର୍ଟର : ରଘୁନାଥ ନାୟକ