You are currently viewing ତାଳଚେର ଅଞ୍ଚଳରେ ଗ୍ରାହକଙ୍କୁ ଟକୁଛନ୍ତି ସୁନା ଦୋକାନୀଧନତରାସ୍ ପାଇଁ ଚଳ ଚଞ୍ଚଳ ସୁନାଦୋକାନ…
ତାଳଚେର ଅଞ୍ଚଳରେ ଗ୍ରାହକଙ୍କୁ ଟକୁଛନ୍ତି ସୁନା ଦୋକାନୀଧନତରାସ୍ ପାଇଁ ଚଳ ଚଞ୍ଚଳ ସୁନାଦୋକାନ…

ତାଳଚେର ତା ୧୦/୧୧ ଶିଳ୍ପନଗରୀ ତାଳଚେର ଅଂଚଳରେ ଛତୁଫୁଟିଲା ଭଳି ଗହଣା ଦୋକାନୀ ବିଭିନ୍ନ ଅଫର୍‌, ଦୋକାନକୁ ଚାକ ଚିକ୍କଣ,କରି ଦାମୀ ଉପହାର ଲୋଭ ଦେଖାଇ ଓ ଗ୍ରାହକଙ୍କୁ ଆକର୍ଷିତ କରି ସ୍ପଷ୍ଟ ଦିବାଲୋକରେ ୨୪କ୍ୟାରେଟ୍ ସୁନାକୁ କହି ୧୪ ଓ ୨୦ କ୍ୟାରେଟ୍ ସୁନାର ୨୪କ୍ୟାରେଟ୍ ସୁନାର ଦାମ ଲଗାଇ ଗ୍ରାହକଙ୍କ ଠାରୁ ଲୁଟୁଥିବା ସାଘାଂତିକ ଅଭିଯୋଗ ହେଉଛି । ସୁନା କିଣିବା ବେଳେ ଏହା ବିଆଇଏସ୍ କିମ୍ବା ହୋଲମାର୍କ କି ନୁହେଁ ଗ୍ରାହକଙ୍କର ନଜର ନଥାଏ । ପସନ୍ଦ ହୋଇଥିବା ସୁନା କେତେ ସୁଧ ତାହା ମଧ୍ୟ ଗ୍ରାହକ ଜାଣିବା କଷ୍ଟକର । ସୁନା ବେପାରୀମାନେ ଅଳଙ୍କାର ଉପରେ ସରକାରଙ୍କ ପ୍ରଦତ ହୋଇଥିବା ୫ଟି ନୀତିକୁ ଦୋକାନୀମାନେ ଖୋଲମଖୁଲା ଉଲଘଂନ କରି ଯେଉଁମାନେ ସୁନା ବିଷୟରେ ବା ସରକାରୀ ନିୟମ ଉପରେ ଅଭିଜ୍ଞ ନୁହଁନ୍ତି ସେହିଭଳି ଗ୍ରାହକମାନଙ୍କୁ ଠକୁଥିବା ଦେଖିବାକୁ ମିଳିଛି । ଏପରିକି, ଗହଣା ଦୋକାନୀମାନେ ପୁରୁଣା ସୁନାକୁ ବିନା ପରୀକ୍ଷା ନୀରିକ୍ଷାରେ ଗ୍ରାହକମାନଙ୍କ ଠାରୁ ନେଇ ସେହି ସୁନା ଗୁଡ଼ିକୁ ଉଚ୍ଚାଦରରେ ବିକୁଥିବା ମଧ୍ୟ ନଜିର୍ ରହିଛି । ଆଉ କିଛଇ ଗହଣା ଦୋକାନୀ ଚୋରା ସୁନା କିଣି ସରକାରଙ୍କୁ ଟାକ୍ସ ଫାଙ୍କୁଥିବା ଅନେକ ଦୃଷ୍ଟାନ୍ତ ଚର୍ଚ୍ଚା ପରିସରକୁ ଆସିଥାଏ । ମାତ୍ର ଏସବୁ ଠିକାମୀରେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କେବେ ରୋକ ଲଗାଇବାକୁ ନେଇ ଉଠିଛି ପ୍ରଶ୍ନ? ଧନତରାସ୍ ରହିଥିବା ବର୍ତମାନ ସୁନା ଦୋକାନୀ ଗୁଡ଼ିକ ଚଳ ଚଞ୍ଚଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଏପରିକି, ନାମୀଦାମୀ ଗହଣା ଦୋକାନୀ ଗ୍ରାହକମାନଙ୍କୁ ଆକୃଷ୍ଟ କରି ଦୈନନ୍ଦିନ ଲକ୍ଷଲକ୍ଷ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି ।