ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଷୋଳଘର ପଞ୍ଚାୟତ ବାସିନ୍ଦା ଷୋଳଘର ପଞ୍ଚାୟତର କଲ୍ୟାଣ ମଣ୍ଡପରେ ନିଆରା ଭାବେ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହା ଦିବସକୁ ମହାଆଡମ୍ବର ସହକାରେ ପାଳନ କରିଛନ୍ତି।ଷୋଳଘର ଗାଁରେ ରହିଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅବସର ଗ୍ରହଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପୂରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରାୟ ୬୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଢ଼ୌକନ, ମାନପତ୍ର, ପୁଷ୍ପଗୁଚ୍ଛ, ଗୀତା ପୁସ୍ତକ ପ୍ରଦାନ କରି ପୂଜା କରାଯାଇଥିଲା । ଦୀର୍ଘ ବର୍ଷ ପରେ ଏଭଳି ଆଡ଼ମ୍ବର ସହକାରେ ଗୁରୁ ପୂଜନ କାର୍ଯ୍ୟକ୍ରମ ହୋଇଥିବା ଯୋଗୁଁ ଏଥିରେ ସାମିଲ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ବେସ୍ ଖୁସି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରର୍ମ ଷୋଳଘର ଗ୍ରାମର ପୁରାତନ ଛାତ୍ର ପ୍ରମୋଦ କୁମାର ମହାନ୍ତି, ଦିଗାମ୍ବର ପାଣିଗ୍ରାହୀ, ଭଗବାନ ପାଣିଗ୍ରାହୀ,ଅଶୋକ ପାଳନ,ଅନନ୍ତ ପଣ୍ଡା ସମେତ ବହୁ ପୁରାତନ ଛାତ୍ର ଛାତ୍ରୀ ଯୋଗଦେଇ ସହଯୋଗ କରିଥିଲେ ସେହିପରି ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମାରୀ ଠାରେ ଥିବା ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ରେ ମଧ୍ୟ ସଭାପତି ପ୍ରଫୁଲ ରଥ, ଓସ୍କୁଲର ଅଧକ୍ଷ ସୁନୀଲ କୁମାର ମହାନ୍ତି ଙ୍କ ସଂଯୋଜନା ରେ ପିଲାମାନେ ଗୁରୁ ପୂଜନ କାର୍ଯ୍ୟକ୍ରମ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ତାରା ତାରିଣୀ ମହାବିଦ୍ୟାଳୟ ର 2 ଅଧ୍ୟାପକ ଓ ଦୁଇଜଣ ବରିଷ୍ଟ ଶିକ୍ଷାବିତ ଅତିଥି ରୂପେ ଆସିଥିଲେ ଏବଂ ପିଲାମାନେ ସେମାନଂକୁ ମଧ୍ୟ ଗୁରୁ ପୂଜନ କରି ଜୀବନ ଲକ୍ଷ ପଥରେ ଅଗ୍ରସର ହେବା ନିମନ୍ତେ ଆଶୀର୍ବାଦ ଭିକ୍ଷା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗୁରୁଜୀ ଅଗୁରୁମା ମାନଙ୍କୁ ପୁଜା କରି ତାଙ୍କରଆଶିଷ ଚାହିଁ ଥିଲେ |।
ରିପୋର୍ଟ ପ୍ରସନ୍ନ କୁମାର ଦାସ
