ଭଞ୍ଜନଗର :-ଏଠାରୁ ପ୍ରାୟ ଆଠ କିଲୋମିଟର ଦୂର କବିସମ୍ରାଟ ବିଦ୍ୟାପୀଠ, କୁଲାଡ଼ ଠାରେ ବିପ୍ଲବୀ ବୀର ଚକରl ବିଶୋୟୀଙ୍କ ତୃତୀୟ ଦିବସ ଜୟନ୍ତୀ ସାହିତ୍ୟଘର ସଭାପତି ପ୍ରଫେସର କୃତିବାସ ବିଶ୍ୱାଳଙ୍କ ଅଧକ୍ଷ୍ୟତରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପସଭାପତି ନେତାଜୀ ବିଷୋୟୀ, ଚକରl ବିଷୋୟୀ କାଳଚୁରାଲ ଏକାଡେମୀ ର ସଭାପତି ଜଗବନ୍ଧୁ ଜେନା, ଉପଦେଷ୍ଟା ମନୁନନ୍ଦ ପତି, ଶୂଳପାଣି ଶତପଥି, ସହସଂପାଦକ ଡ଼. ଗୁରୁମୂର୍ତ୍ତି ନାୟକ, ପ୍ରଧାନଶିକ୍ଷକ କୁମୁଦ ଚନ୍ଦ୍ର ବlଡ଼ତ୍ୟl, ବରିଷ୍ଠ ଶିକ୍ଷକ ଗୌରୀନନ୍ଦନ ହୋତ୍ତା ସମ୍ପାଦକ ସନ୍ତୋଷ ଜେନା ମଂଚାସୀନ ହୋଇ ଚକରl ବିଶୋୟୀଙ୍କ ବୀରତ୍ୱର ଗାଥାକୁ ବର୍ଣନା କରିଥିଲେ l ଏହିଅବସରରେ ସାଂସ୍କୃତିକ ସମ୍ପାଦକ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ରବିନାରାୟଣ ମହାନ୍ତି ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଆଗାମୀ 20 ତାରିଖ ପବିତ୍ର ଶlମ୍ବଦଶମୀ ଦିନ ମାନ୍ୟବର ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖଙ୍କ ଘୋଷଣା ପ୍ରକାରେ ସରକାରୀ ଭାବେ ରାଜ୍ୟ ସ୍ତରୀୟ ଜୟନ୍ତୀ ଟାଉନ ହଲ, ଭଞ୍ଜନଗର ଠାରେ ପାଳନ କରାଯିବା କଥା ସଭାପତି ଶ୍ରୀଯୁକ୍ତ ବିଶ୍ୱାଳ ଘୋଷଣା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ

ଶିକ୍ଷୟିତ୍ରୀ, ଶିକ୍ଷlକର୍ମଚାରୀ ପରିଚାଳନା କରିଥିଲେ l ଶେଷରେ ଅନ୍ତିମ ଜାତୀୟ ସଂଗୀତ ଗାନ କରାଯାଇଥିଲା l ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବlଡ଼ତ୍ୟା ଧନ୍ୟବାଦ ପ୍ରଦାନ କରିଥିଲେ l
