ବ୍ରହ୍ମପୁର,୨୬/୧୨ -:- ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ
ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣୀରେ ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ୱି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଉପସ୍ଥିତ ଥିଲେ l ଆଜି ଉପଖଣ୍ଡ ସ୍ତରୀୟର ସମୁଦାୟ ମୋଟ ୫୮ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା ୫୧ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା ୭ଟି ଓ ୫୫ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୁଖ୍ୟତଃ ଶିକ୍ଷା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ଜଳ ସେଚନ,ଗୃହ ନିର୍ମାଣ,ରାସନ୍ କାର୍ଡ, ମନରେଗା, ରାସ୍ତା ସମସ୍ୟା ଗୁଡ଼ିକ ଉପରେ ଅଭିଯୋଗ ଆସିଥିଲା l ମିଳିତ ଜନ ଅଭିଯୋଗ ଶୁଣାଣୀର ଆବେଦନର ତୁରନ୍ତ ଫଇସଲା କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l

