କୋଦଳା: ୩୦/୦୭/୨୩ : ଗଂଜାମ ଜିଲ୍ଲା କୋଦଳା ଏ ନେ ସି ଅନ୍ତର୍ଗତ ସ୍ଵର୍ଣ୍ଣମୟୀ ହାଇସ୍କୁଲ୍ ଠାରେ ରବିବାର ଦିନ ଦଶମ ଶ୍ରେଣୀ ୧୯୯୧ ମସିହା ବ୍ୟାଚର ଛାତ୍ର ମାନଙ୍କ ଦ୍ଵାରା ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି l ପୁର୍ବତନ ଛାତ୍ର ଉତ୍ତମ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ ବନ୍ଧୁମିଳନରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଉପମନ୍ୟୁ ଶତପଥୀ ଏବଂ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ l ଉକ୍ତ କାର୍ଯକ୍ରମରେ ଦେଶବିଦେଶରେ ରହୁଥିବା ଛାତ୍ର ସମେତ ଆଞ୍ଚଳିକ ଛାତ୍ରମାନେ ଯୋଗଦେଇ ଶିକ୍ଷକ ମାନଙ୍କ ଠାରେ ନିଜର କୃତଜ୍ଞତା ପ୍ରକାଶ କରିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି କରିବାକୁ ନିଜନିଜ ମଧ୍ୟରେ ମତପ୍ରକାଶ କରିଥିଲେ lଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
