You are currently viewing ଏସ୍ ଛଚିନା ଠାରେ ସାହିତ୍ୟ ସମ୍ମିଳନୀ ପକ୍ଷରୁ କଳାକାରଙ୍କ ମହା ଅଧିବେଶନ ଅନୁଷ୍ଠିତ
ଏସ୍ ଛଚିନା ଠାରେ ସାହିତ୍ୟ ସମ୍ମିଳନୀ ପକ୍ଷରୁ କଳାକାରଙ୍କ ମହା ଅଧିବେଶନ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍ ଛଚିନା ଠାରେ ଶୁକ୍ରବାର ଦକ୍ଷିଣ ସାହିତ୍ୟ ସମ୍ମିଳନୀ ପକ୍ଷରୁ କଳାକାରଙ୍କ ମହା ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ୟାଳୟ କୂଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ କଳାକାରଙ୍କୁ ସମ୍ମାନିତ କରିବା ସହ କଳାକାରଙ୍କୁ ଉସ୍ଛାହିତ କରିଥିବା ଦେଖିବାକୁ ମିଳିଛି। ସାହିତ୍ୟ ସମ୍ମିଳନୀ ମହା ସଚିବ ଦଣ୍ଡପାଣି ମହାପାତ୍ରଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ପ୍ରତାପ ନାୟକ ଉଦଘାଟନ କରି ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତିକୁ ପ୍ରଶଂସା କରିବା ସହିତ କଳାକାରଙ୍କୁ ସରକାର ଉପେକ୍ଷା ନକରି ପ୍ରୋତ୍ସାହନ ଦେବା ନେଇ ବକ୍ତବ୍ଯ ରଖିଥିଲେ।ସାହିତ୍ୟ ସମ୍ମିଳନୀ ପକ୍ଷରୁ କଳା ସଂସ୍କୃତିକୁ ନେଇ ଆୟୋଜିତ କରାଯାଉଥିବା ଏଭଳି ସମାବେଶକୁ ଭୂୟସୀ ପ୍ରଶଂସା କରିଥିଲେ ମୁଖ୍ଯବକ୍ତା ତଥା ଖଲ୍ଲିକୋଟ ଏକକ ବିଶ୍ବ ବିଦ୍ୟାଳୟ କୂଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।