ପୁରୁଷୋତ୍ତମପୁର ଥାନାରେ ପୂର୍ବରୁ ଥିବା ଆଇ ଆଇ ସି ଥିବା ବିପିନ ବିହାରୀ ହୋତା ଙ୍କ ଭୁବନେଶ୍ୱର କମିଶନର ରେଟ କୁ ବଦଳି ହୋଇ ଯାଇଥିବା ବେଳେ ତାଙ୍କରି ସ୍ଥାନ ନୂତନଆଇଆଇସିଭାବେ ରାଜେଶ କୁମାର ନାୟକ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଗାଙ୍ଗପୁର ଥାନାରେ ଆଇ ଆଇସି ଭାବେ କାର୍ଯ୍ୟ କରୁଥିଲେ । ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇ ଛୁଟିରେ ଯାଉଥିବା ସେ ସମସ୍ତଙ୍କୁ ସୂଚନା ପ୍ରଦାନ କରିଛନ୍ତି | ନୂଆଁ ଆଇ ଆଇ ସି ଥାନା ରେ ଯୋଗଦେବା ପରେ ପୁରୁଷୋତ୍ତମପୁର ଅଞ୍ଚଳ ର ଲୋକ ମାନଙ୍କ ଯେପରି କୌଣସି କ୍ଷେତ୍ର ରେ ଟିକେ ବିଅସୁବିଧା ନ ହେବ ଏବଂ ସେମାନେ ଯେପରି ସବୁ ସମୟରେ ନ୍ୟାୟ ପାଇ ପାରିବେ ତା ଉପରେ ସହ ଯୋଗ କରିବା ସହ ମହିଳା ମାନଙ୍କୁ ଯିଏ ଅସମ୍ମାନ କରିବ, ତା ବିରୁଦ୍ଧ ରେଦୃଢ଼ କାର୍ଯ୍ୟନୁ ଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି | ଏହା ସହ ଅଞ୍ଚଳ ରେ ଚୋରୀ, ଡକାୟତି, ଦୁଷ୍କର୍ମ, ହତ୍ୟା, ରାହାଜାନି କରୁଥିବା ବ୍ୟକ୍ତି, ବିଶେଷ ଙ୍କୁ ଉପଯୁକ୍ତ ଦଣ୍ଡ ଦେବେ ବୋଲି କହିଛନ୍ତି | ସମସ୍ତଙ୍କୁ ନେଇ ବିଶେଷ କରି ବରିଷ୍ଟ ନାଗରିକ ବ୍ୟକ୍ତି ମାନଙ୍କୁ ପ୍ରାଥମିକତା ଦେବା ମୋର ପ୍ରଥମ ଲକ୍ଷ୍ୟ ରହିଛି I ଏଥିପାଇଁ ସମସ୍ତବ୍ୟକ୍ତି ଙ୍କ ସହଯୋଗ କାମନା କରି ଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ
