You are currently viewing ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ
ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

ବାଲୁଗାଁ,୩୧/୧0
ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ପି.ଏମ.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ । ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟ ଅନେକ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ସଂସ୍କାର ପ୍ରଦାନ କରି ସେମାନଙ୍କ ଜୀବନକୁ ଆଲୋକିତ କରିଛି।ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ସାଧୁବାଦ ଜଣାଇଛନ୍ତି।ଆଗାମୀ ଦିନରେ ବିଦ୍ୟାଳୟ ଆହୁରି ସୁନାମ ଅର୍ଜନ କରିବା ସହ ଛାତ୍ରଛାତ୍ରୀ ମାନେ ସମଗ୍ର ଦେଶରେ ସଫଳତା ହାସଲ କରି ରାଜ୍ୟ ପାଇଁ.

ତଥା ଆମ ଅଞ୍ଚଳ ପାଇଁ ଗୌରବ ଆଣିବେ ବୋଲି ମାନ୍ୟବର ମନ୍ତ୍ରୀ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।ଏହି କାର୍ଯ୍ୟକ୍ରମ ଅବସରରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର‌ ଅଧ୍ୟକ୍ଷା‌ ସୁକାନ୍ତି ପାଇକରାୟ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା,ଚ଼ିଲିକା ବ୍ଲକ ଶିକ୍ଷାଧିକାରୀ ଦ୍ବାରିକାନାଥ ବେହେରା,ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସଭାପତି ମୁରଲୀଧର ସାମନ୍ତସିଂହାର, ବିଦ୍ୟାଳୟ ପରିଚ଼ାଳନା କମିଟିର ସଭାପତି ବିଘ୍ନେଶ୍ୱର ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ସ୍ବାଧିନା ମଞ୍ଜରୀ ରାଉତ ଉପସ୍ଥିତ ଥିଲେ।