You are currently viewing ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର
ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

ଚିକିଟୀ– ଶଙ୍କର ଚକ୍ଷୁ ଚିକିତ୍ସାଳୟ (ସମରଝୋଳ) ଦ୍ଵାରା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଚିକିଟୀ ଆନୁକୁଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଚିକିଟୀ ପେଣ୍ଠ ନେଳିଆ ବନ୍ଧ ନିକଟସ୍ଥ ତୈଳିକ ବୈଶ୍ୟ ସମାଜ ଗୃହ ଠାରେ ୧୨.୦୭.୨୬(ରବିବାର) ଦିନ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ କ୍ୟାମ୍ପ ମେନେଜର ଶ୍ରୀ ନଳିନୀ କାନ୍ତ ରାଉତ, ଚିଫ୍ ଅପ୍ଟୋମେଟ୍ରିଷ୍ଟ ପ୍ରିୟଙ୍କା ଗୌଡ଼, ଓଟି ଟେକ୍ନିସିଆନ୍ ଶୁଭଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଶିବିରରେ ପ୍ରାୟ ୫୦ ଜଣ ଚକ୍ଷୁ ପରୀକ୍ଷା କରିଥିଲେ।ସେଥି ମଧ୍ୟରୁ ୧୧ ଜଣକୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ସକାଶେ ମୋନୋନିତ କରାଯାଇଥିବା ବେଳେ ୫ ଜଣ ବ୍ୟକ୍ତିଙ୍କୁ ସମରଝୋଳ (ହିଞ୍ଜଳିକାଟୁ) ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଶ୍ରୀ ରାଉତ ସୁଚନା ଦେଇଛନ୍ତି। ଏହି ଶିବିରରେ ଚିକିଟୀ ଭଗଦାଶ ମଠ ମହନ୍ତ ଶ୍ରୀ ନବୀନ ଚନ୍ଦ୍ର ଦାଶ ଓ ସ୍ୱେଚ୍ଛାସେବୀ ପି.ଲକ୍ଷ୍ମୀକାନ୍ତ ସୁବୁଦ୍ଧିଙ୍କ ସହ ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଚିକିଟୀ ର ସଦସ୍ୟ ମାନଙ୍କ ମିଳିତ ଉଦ୍ୟମ ଓ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।