ବ୍ରହ୍ମପୁର , ୦୯/୧୦ -:- ସୋମବାର ଦିନ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁ କ୍ଲଷ୍ଟରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନଳିହାଡ଼ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ଗୁଣାବଳିର ବିକାଶ ପାଇଁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ୧୭ ପ୍ରକାର ସୁରଭି ଉତ୍ସବରେ ବିଭିନ୍ନ ବର୍ଗର କନିଷ୍ଠ ଓ ବରିଷ୍ଠ ଛାତ୍ର ଛାତ୍ରୀ ଭାଗ ନେବାସହିତ ବାଲିପଡ଼ା ମହୁରୀ କାଳୁଆ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲେ l

ଏଥିରେ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଓଡିଶା ମିଲେସ ପ୍ରତିଯୋଗିତା ର ୩ଟି ସମୁଦାୟ ୨୧ ଗୋଟି ଇଭେଣ୍ଟ ହୋଇଥିଲା ତର୍କ, ପ୍ରବନ୍ଧ,ବକୃତା,ସଙ୍ଗୀତ, ଚିତ୍ରାଙ୍କନ,କୁଇଜ ପ୍ରତିଯୋଗିତା କରାଯାଇ କୃତି ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହୁରୀ କାଳୁଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ସୂର୍ଯ୍ୟ ନାରାୟଣ ଦାସ, ସମ୍ମାନିତ ଅତିଥି ଭାବେ ଡଃ.ଦଇତାରୀ ବେଜ୍ (ଅଧ୍ୟାପକ),ରୋହିଗାଁ ପଞ୍ଚାୟତର ସମିତିସଭ୍ୟା ଲକ୍ଷ୍ମୀ ସ୍ବାଇଁ,ନଳିହାଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ପ୍ରସାଦ ପାତ୍ର,ବିଦ୍ୟାଳୟର ସଭାପତି ଦାଶରଥି ଭୂୟାଁ , ରୋହିଗାଁ କ୍ଲଷ୍ଟର ର ସଂଯୋଜକ ଜିତେନ୍ଦ୍ର କୁମାର ମହାନ୍ତି , ପୂର୍ବତନ ସଂଯୋଜକ ଦିଲ୍ଲୀପ କୁମାର ଭୂୟାଁ , ବି.ଆର.ସି.ସି ଏବି.ଇଓ ତ୍ରିନାଥ ମଲ୍ଲିକ ଆସନ ଅଳଙ୍କୃତ କରିଥିଲେ ।

ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟରୁ ଆସିଥିବା ବିଚାରପତି ଓ ଗାଇଡ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପୂର୍ଣ୍ଣ ସହଯୋଗରେ ସୁରଭି ଓ ଓଡ଼ିଶା ମିଲେଟସ୍ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇଥିଲା ।
