You are currently viewing ଇତିହାସ ରଚିଲା ତେଲୁଗୁ ସାମୁଖ୍ୟ ଉଗାଦି ଉତ୍ସବ |
ଇତିହାସ ରଚିଲା ତେଲୁଗୁ ସାମୁଖ୍ୟ ଉଗାଦି ଉତ୍ସବ |

ଉତ୍କଳ ତେଲୁଗୁ ସାମୁଖ୍ୟ ଅଧିନସ୍ତ ରାୟଗଡ଼ା ଜିଲ୍ଲା ଉଗାଦୀ ଉତ୍ସବ କମିଟି ତରଫରୁ ରାୟଗଡ଼ା ସଦରମହକୁମା ସ୍ଥିତ ହିରୋ ସୋ ରୁମ ସାମ୍ନା ପଡ଼ିଆରେ ହୋଇଥିବା ଉଗାଦୀ ଉତ୍ସବର ଆବାହକ ଶ୍ରୀ ପି. ଗୌରୀ ଶଙ୍କର ରାଓ, ଶ୍ରୀ ଇପିଲି ଧବଳେଶ୍ୱର ନାଇଡୁ, ଶ୍ରୀ ୟାଲା କୋଣ୍ଡା ବାବୁ, ଶ୍ରୀ କାଶୀ ନାଇଡୁ, ଶ୍ରୀ ନରୀନ କୁମୁନ୍ଦନ,ଶ୍ରୀ ଏଦୁ ମଧୁ,ଶ୍ରୀ କିନ୍ତାଲୀ ରାଜୁ ଏବଂ ଅନ୍ୟ ବରିଷ୍ଠ ତେଲୁଗୁ ସମ୍ପ୍ରଦାୟର ନେତୃବୃନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏହି ଐତିହାସିକ ରଙ୍ଗାରଙ୍ଗ ତେଲୁଗୁ ନବବର୍ଷରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଭାବେ ଶ୍ରୀମତି ଅନୁସୟା ମାଝୀ, କୋରାପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରୀ ଉଲାକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ରାୟଗଡ଼ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲୀ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ପ୍ରମୁଖ ଉପସ୍ଥିତ ଥାଇ ସମସ୍ତଙ୍କୁ ତେଲୁଗୁ ନବବର୍ଷର ଶୁଭେଚ୍ଛା ଜଣେଇଥିଲେ। ଏହି କାର୍ଯ୍ୟକ୍ରମ ରେ ତେଲୁଗୁ ଚଳଚିତ୍ର ଜଗତର ପ୍ରସିଦ୍ଧ ଗାୟକ, ଅଭିନେତା, ଅଭିନେତ୍ରୀ ଓ ବିଭିନ୍ନ କଳାକାର ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ କୋଡିଏ ହଜାରରୁ ଉର୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା।