You are currently viewing ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଚାଲେଞ୍ଜ ଦେବେ କି ବ୍ରହ୍ମପୁର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର
ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଚାଲେଞ୍ଜ ଦେବେ କି ବ୍ରହ୍ମପୁର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ବ୍ରହ୍ମପୁର : ୧୬/୦୨/୨୩ ; ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ନେଇ ଦୁଇ ବର୍ଷ ହେଲା ଚର୍ଚ୍ଚାରେ । ଡ.ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବହିସ୍କାର ହେବା ପରେ ଏହାର ଦାୟିତ୍ବ ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ । ତେବେ ଏହାରି ଭିତରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର କିଛି ଲୋକଙ୍କ ସହ ଆଲୋଚନା କରିଛନ୍ତି ପୂର୍ବତନ ଦୁଇ ଦୁଇଥରର ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ୨୦୦୯ ରେ ବିଜେଡି ଟିକେଟ ପାଇ ବ୍ରହ୍ମପୁର ସାଂସଦ ହୋଇ ଥିବା ବେଳେ ୨୦୧୪ ରେ ମଧ୍ଯ ଟିକେଟ ପାଇ ବିଜୟ ହୋଇ ପୁଣି ଥରେ ସାଂସଦ ହୋଇଥିଲେ କିନ୍ତୁ ୨୦୧୯ ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେଡ଼ି ପକ୍ଷରୁ ଟିକେଟ ମିଳିନଥିଲା । କିନ୍ତୁ ଦଳର ବିରୋଧରେ ନ ଯାଇ ଚୁପ୍‌ ରହିଥିଲେ । ଆଉ ଗଞ୍ଜାମ ଜିଲ୍ଲାରୁ ଦୀର୍ଘ ଦିନ ଧରି ଦୂରେଇ ରହିଥିଲେ । ଯେହେତୁ ବ୍ରହ୍ମପୁରର ଦୁଇ ଦୁଇଥର ସାଂସଦ ରହିଥିଲେ ଯିଏ ବି ତାଙ୍କର ନିଜ ଲୋକ ରହୁଥିଲେ ଭୋଜିଭାତ, ମନ୍ଦିର ପ୍ରତିଷ୍ଠା ଭଳି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବେଳେ ବିଜେଡ଼ିର କୌଣସ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । ଏପରିକି ୨୦୧୯ ନିର୍ବଚାନ ସମୟରେ ମଧ୍ୟ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିନଥିଲା । ଗତ ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ମିଳିଥିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଦୁରେଇ ରହୁଥିଲେ । ଏବେ ପୁଣି ସିଦ୍ଧାନ୍ତ ଗଞ୍ଜାମ ଗସ୍ତକୁ ନେଇ ଚର୍ଚ୍ଚାରେ । ଗତକାଲି ବିଜେଡ଼ି ଜିଲ୍ଲା ସଭାପତିଙ୍କ ରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଥିବା କରୁଣା ଡ଼ାକବଙ୍ଗଳାରେ କିଛି ଲୋକଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଶୁଣାଯାଉଛି କି ଛତ୍ରପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଉପରେ ଆଲୋଚନା କରାଯାଇଥିଲା। ତେବେ ସିଦ୍ଧାନ୍ତ ମହାପାତ୍ର ନିଜ ନିର୍ବାଚନ ମଣ୍ଡଳୀକୁ ବେକ୍‌ ହୋଇଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି । ସେପଟେ ଜିଲ୍ଲା ସଭାପତି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର ଦୁଇ ଦୁଇ ଥର ସାଂସଦ ରହିଥିବା ବେଳେ ଅନେକ ଲୋକଙ୍କ ସହ ସମ୍ପର୍କ ମଧ୍ୟ ରହିଛି । ସେ ମଧ୍ୟ ଅନେକ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଆସି ଯୋଗ ଦିଅନ୍ତି । ଆଉ ତାଙ୍କରି ସହିତ ପରଚିତ ଲୋକେ ମଧ୍ୟ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିସ୍କାର କରିବା ପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଭବିଷ୍ୟତ କଣ ହେବ ତାହା ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡ଼ି ସୁପ୍ରିମ ଘୋଷଣା କରିବେ । ଆଉ ଏହାରି ଭିତରେ ଗୋପବନ୍ଧୁ ଦାସ ଦାୟିତ୍ବ ନେଇଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ଅନେକ ନେତା ଆଶାୟୀ ରହିଛନ୍ତି ।