ଓଡ଼ିଶା ରେଜିମେଣ୍ଟ ଗଠନ ପାଇଁ କେନ୍ଦ୍ର ସରକାର ପାଖରେ ଦାବୀ ରଖିବା ।
ଖଣ୍ଡାୟତ କ୍ଷତ୍ରିୟ ଜାତିର ଏକତା ନିମନ୍ତେ ବିଜୟରଥ ରାଜ୍ୟର ୩୦ ଜିଲ୍ଲା ତଥା ୩୧୫ଟି ବ୍ଲକରେ ଥିବା ପ୍ରତ୍ୟେକ ପଞ୍ଚାୟତ ପରିକ୍ରମା କରି ୨ କୋଟିରୁ ଉର୍ଦ୍ଧ ସଭ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା କରିବା ।୧୪୭ ବିଧାନସଭା ଆସନ ପାଇଁ ଖଣ୍ଡାୟତ କ୍ଷତ୍ରିୟ ଜାତିର ଅଧିକ ସଂଖ୍ୟକ ଜନସଂଖ୍ୟା ଥିବା ସ୍ଥାନମାନଙ୍କରେ ପ୍ରତି ରାଜନୈତିକ ଦଳମାନେ ସେମାନଙ୍କର ଦଳରୁ ପ୍ରତିଦ୍ଵନ୍ଦିତା କ୍ଷେତ୍ରରେ ଉପଯୁକ୍ତ ଖଣ୍ଡାୟତ କ୍ଷତ୍ରିୟ ବ୍ୟକ୍ତିଙ୍କୁ ମନୋନୟନ କରିବା ପାଇଁ ଦାବୀ ,ଚାକିରୀ, ଶିକ୍ଷା କ୍ଷେତ୍ରରେ ପ୍ରଚଳିତ କୋଟା ସିଷ୍ଟମକୁ ଜୋରଦାର ବିରୋଧ କରି ଆନ୍ଦୋଳନାତ୍ମକ ପ୍ରୟାସ ଜାରି ରଖିବା ଯଦ୍ୱାରା ଖଣ୍ଡାୟତ କ୍ଷତ୍ରିୟ ସମାଜର ଉତ୍ତରାଧୁକାରୀମାନେ ପ୍ରକୃଷ୍ଟ ନ୍ୟାୟ ପାଇବାରୁ ବଞ୍ଚ ହେଉଛନ୍ତି ତଥା ନିଜର ଦକ୍ଷତା ପ୍ରତିପାଦନ କରିବାକୁ ସୁଯୋଗ ପାଇ ପାରୁନାହାନ୍ତି କୃଷକମାନଙ୍କ ଆର୍ଥିକ ଉନ୍ନତି ନିମିତ୍ତ ପ୍ରତି ବ୍ଲକ ସ୍ତରରେ କୋଲଡ଼ସ୍କୋର ନିର୍ମାଣ ପାଇଁ ପ୍ରସ୍ତାବ ତଥା ପ୍ରୟାସ ଜାରୀ ରଖିବା ସହିତ ପାଣି ପଞ୍ଚାୟତ ଜରିଆରେ ପ୍ରତି ଜମିକୁ ଜଳଯୋଗାଣର ବ୍ୟବସ୍ଥା ପ୍ରତ୍ୟେକ ଜିଲ୍ଲା ସ୍ତରରେ ଖଡ଼ଗ ଭବନ ନିର୍ମାଣ ସହ ସମରକଳା ପ୍ରଶିକ୍ଷଣ ଶିବିର ଗଠନ କରି ସଂଗଠନ ସୁଦୃଢ଼ କରିବା ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମ କରି ଆସୁଛନ୍ତି ।

ଠିକ୍ ସେହିପରି ପୁରୁଷମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପୁରୁଷ ମିଶନ ଶକ୍ତି ମାଧ୍ୟମରେ ଆର୍ଥିକ ଅନୁଦାନର ବ୍ୟବସ୍ଥା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିବା ଦେଶର ବିଭିନ୍ନ ରାଜ୍ୟର କ୍ରୀଡ଼ାବିତ୍ମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ପରି ଆମ ରାଜ୍ୟର ସମସ୍ତ ପ୍ରକାର କ୍ରୀଡ଼ାବିତ୍ମାନଙ୍କୁ ସମାନ ସୁଯୋଗ ପ୍ରଦାନ ସହ ଅବସରପ୍ରାପ୍ତ କ୍ରୀଡ଼ାବିତ୍ମାନଙ୍କ ଥଇଥାନ ପାଇଁ ପଚେଷ୍ଟା ଜାରୀ ରଖିବା ରାଜ୍ୟର ଖଣ୍ଡାୟତ କ୍ଷତ୍ରିୟ ମହିଳା ତଥା ଅନ୍ୟ ସମସ୍ତବର୍ଗର ମହିଳାମାନଙ୍କ ସୁରକ୍ଷାର ବ୍ୟବସ୍ଥା ରାଜ୍ୟର ସମସ୍ତ କଳାକାରମାନଙ୍କୁ ତାଙ୍କର କଳା ନୈପୁଣ୍ୟର ମାନଦଣ୍ଡ ଅନୁଯାୟୀ ଭତ୍ତାର ବ୍ୟବସ୍ଥା କରି ଉତ୍ସାହିତ କରିବା ଏ ଜାତିର ସମସ୍ତ ଶିଳ୍ପୀ, ନୃତ୍ୟଶିଳ୍ପୀ, ସଂଗୀତ ଚିତ୍ରଶିଳ୍ପୀମାନଙ୍କ ଉନ୍ନତି ସହ ସର୍ବ ଭାରତୀୟ ସ୍ତରରେ ସଫଳତା ପାଇଁ ଉଚିତ୍ ପଦକ୍ଷେପ ନେବା
