ସୋରଡ଼ା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ତରଫରୁ ସୋରଡ଼ା ରେ ପଞ୍ଚାୟତ ସମିତି ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ସୋରଡ଼ା ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଟି ବ୍ଳକ ର ଛଅ ବର୍ଷ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ପିଲା ମାନଙ୍କୁ ନେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହିତ ସାଂସ୍କୃତିକ ପ୍ରତିଯୋଗିତା କରାଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ରାଜ ସେନାପତି,ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ବିଶ୍ଵାମିତ୍ରା ଦଳାଇ,

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ କୁମାର ମଣ୍ଡଳ, ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ, ପ୍ରମୁଖ ମଂଚାସୀନ ଥିବା ବେଳେ, ବ୍ଳକ କନିଷ୍ଟ ବ୍ଳକ ସାମାଜିକ ସୁରକ୍ଷା ସହାୟକ ଆରତ ସାମନ୍ତରାୟ, ସମସ୍ତ କନିଷ୍ଠ ଯନ୍ତ୍ରୀ, ଗ୍ରାମସେବକ, ଏଡିଓ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ | ଏହି ଭଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ଦ୍ୱାରା ଭିନ୍ନକ୍ଷମ ପିଲାଙ୍କ ମନବଳ ଦୃଢ ହେବବୋଲି କହିଛନ୍ତି ସୋରଡ଼ା ବିଧାୟକ

