You are currently viewing ପଦ୍ମତୋଳା ଗ୍ରାମରେ ରାସ ପୁର୍ଣିମା ଉପଲକ୍ଷେ ଦିବ୍ୟାଙ୍ଗ ଭଂଜନ ସମରହୋ ପାଳନ ।
ପଦ୍ମତୋଳା ଗ୍ରାମରେ ରାସ ପୁର୍ଣିମା ଉପଲକ୍ଷେ ଦିବ୍ୟାଙ୍ଗ ଭଂଜନ ସମରହୋ ପାଳନ ।

ସାନଖେମୁଣ୍ଡି , ୦୭/୧୧ – ( ପ୍ରଫୁଲ୍ଲ ସାବତ ) -:- ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମୀ ପଞ୍ଚାୟତର ପଦ୍ମତୋଳା ଗ୍ରାମରେ ରାସ ପୁର୍ଣିମା ଉପଲକ୍ଷେ ଦିବ୍ୟାଙ୍ଗ ଆଜି ଭଂଜନ ସମରହୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚରେ ୬୧ ନମ୍ବର ଜୋନ ଜିଲ୍ଲାପରିଷଦ ଅମିନ ପ୍ରଧାନ ଏବଂ ସାନଖେମୁଣ୍ଡି ବିଡିଓ ଶ୍ରୀଯୁକ୍ତ ଗାୟତ୍ରୀ ଦତ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଉପାଧ୍ୟକ୍ଷ ପ୍ରତିନିଧି, ଜିଲ୍ଲା ପରିଷଦ, ସରପଞ୍ଚ,ସମିତି ସଭ୍ୟ ସହ ବିଜେଡି କର୍ମୀ ମାନେ ଯୋଗଦେଇ ଗ୍ରାମବାସୀ ଙ୍କୁ ଶାନ୍ତି ଶୃଙ୍ଖଳାର ସହ ଭଂଜନ ସମରହୋ ଉପଭୋଗ କରିବା ସହିତ ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ ର ହାତ ବଢ଼େଇ ବାକୁ ଅନୁରୋଧ କଲେ ।

ପରିଶେଷରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏସ.ପ୍ରଶାନ୍ତ ରେଡ୍ଡୀ ଏବଂ ସମିତିସଭ୍ୟ ଦନାର୍ଦ୍ଧନ ପଲାଇ ଅଞ୍ଚଳର ଲୋକଙ୍କୁ ଧନ୍ୟବାଦ୍ ଦେଇଥିଲେ ।