ଗଞ୍ଜାମ, ୨୬/୧୨( :ପାଟପୁର ଗାନ୍ଧୀ ଛକ ନିକଟ ସାରଙ୍ଗ ପଡିଆ ଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ପାଟପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରବୀଣ କୁମାର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ମାନ୍ୟବର ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳ ରେ କୃଷି ଓ କୃଷକ ମାନଙ୍କ ର ବିକାଶ ହେଲେ ଦେଶ ତଥା ରାଜ୍ୟ ର ଅର୍ଥନୀତି ସୁଦୃଢ଼ ହେବ ସାଧାରଣ ଲୋକଙ୍କ ବିକାଶ ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରିବ।

ସାନଖେମୁଣ୍ଡି ର ବିକାଶ ଉନ୍ନତି ଦିଗରେ ଆମ୍ଭେମାନେ ମିଳିତ ଭାବେ ଉଦ୍ୟମ କରିବା। ମା ଆଉ ମାଟି କୁ ନେଇ ଆମେ ରାଜନୀତି କରିବା ଉଚିତ୍ ନୁହେଁ।ସମସ୍ତେ ମିଳିତ ଭାବେ ଉଦ୍ୟମ କଲେ ଏ ଅଞ୍ଚଳର ବିକାଶ ହୋଇପାରିବ ମୁଖ୍ୟମନ୍ତ୍ରୀ କୃଷି ଯୋଜନାରେ ଭଣ୍ଡାର ଖୋଲା ଅଛି

ଏହାର ଲାଭ ସମସ୍ତେ ପାଇବା ପାଇଁ ମାନ୍ୟବର ମନ୍ତ୍ରୀ ଉପସ୍ଥିତ ଥିବା କୃଷକ ହିତାଧିକାରୀ ମାନଙ୍କୁ କହିଥିଲେ।ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ରହିଛି ସେଥିରେ ସାମିଲ ହୋଇ ରୋଜଗାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ରୁ ଦାଦନ ଖଟିବାକୁ ଯାଉଛନ୍ତି ମୃତ୍ୟୁ ବରଣ କରୁଛନ୍ତି।ନିଜ ଜନ୍ମ ମାଟି ଗାଁ ରେ ରହି ସରକାରଙ୍କ ତରଫରୁ ବିଭିନ୍ନ ସ୍କିମ ମାଧ୍ୟମ ରେ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି।

ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ,ଅଧ୍ୟକ୍ଷା ରିଙ୍କି ନାହକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୀତେନ୍ଦ୍ର କୁମାର ମିଶ୍ର ,ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଡ଼ାଃ ଅରବିନ୍ଦ ବେହେରା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଡ଼ାଃ ଅଞ୍ଜନ କୁମାର ଦାସ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଭାରତ ଭୁଷଣ ଜେ ସାହୁ ଜିଲ୍ଲା ମତ୍ସ୍ୟ

ଅଧିକାରୀ,ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ବାରା କୃଷି ଓ କୃଷକଙ୍କୁ ଅବଗତ କରାଇବା ପାଇଁ ଆୟୋଜିତ ଷ୍ଟଲ ଗୁଡ଼ିକୁ ମନ୍ତ୍ରୀ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ , ମଇଁଷି , ଗାଈ ବାଛୁରୀ , କୃଷି ଉଦ୍ୟୋଗ ଯୋଜନାରେ ହିତାଧିକାରୀଙ୍କୁ ଅତିରିକ୍ତ ରିହାତି , ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ କୁକୁଡ଼ା ପାଳନ , ଛେଳି, ମେଣ୍ଢା ପାଳନ , ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ନୂତନ ଗୋଶାଳା ପାଇଁ ସହାୟତା ସମେତ ମତ୍ସ୍ୟ ଚାଷ ଉପରେ ଦୃଷ୍ଟି ଆକର୍ଷଣ

କରିଥିଲେ।ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଚାଷୀ ମାନଙ୍କ ପାଇଁ ଲୋକାଭିମୁଖୀ ଯୋଜନା କରି ସେମାନଙ୍କୁ ସହାୟତା କରି ଆସୁଛନ୍ତି ।ଏହି କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ବାରମ୍ବାର ଅଫିସ୍ କୁ ନଦୌଡାଇ ହିତାଧିକାରୀଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାନଖେମୁଣ୍ଡି ବ୍ଳକର ଶ୍ରେଷ୍ଠ ଛେଳି

ପାଳକ,ଗୋପାଳନ ଏବଂ ମତ୍ସ୍ୟ ଚାଷୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଧୁବଳ କିଶୋର ମଲ୍ଲିକ ବ୍ଳକ ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ମେଳାରେ ଉଭୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

