You are currently viewing ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଗୁନିଆପଡା, :କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ନିର୍ଧେଶ କ୍ରମେ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ମାନଙ୍କୁ ପୋଷଣ କାର୍ଯ୍ୟକ୍ରମ ସମ୍ବଦ୍ଧିୟ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ କୁନି କୁନି ଶିଶୁ ମାନଙ୍କ ସମେତ ଅଙ୍ଗନବାଡି କର୍ମୀ ମାନଙ୍କୁ ତାଲିମ ଦିଆଯାଉଛି | ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଙ୍କ ତତ୍ୱାବଧାନ ରେ ବ୍ଲକ ର ପ୍ରତ୍ୟେକ ସେକ୍ଟର ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ସେହିପରି ଆଜି ଦିଗାପଡ଼ା ପଞ୍ଚାୟତର ଅଙ୍ଗନବାଡି ଗୃହ ରେ ଏହି କାର୍ଯ୍ୟକ୍ରମ କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତଲୀଳା ମାଧ୍ୟମରେ ଶିଶୁ ତଥା ଅଭିଭାବକ ମାନଙ୍କୁ ସଚେତନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବିଜେଡି ର ବରିଷ୍ଠ ନେତା ମହେଶ୍ୱର ବରାଡ଼,ଦିଗାପଡ଼ା ସରପଞ୍ଚ ସମୀର କୁମାର ଶତପଥି,ସେକ୍ଟର ସୁପରଭାଇଜର ସୁଲୋଚନା ଦାସ,
ଜାନକୀ ଦେବୀ,କମଳ ପଟ୍ଟନାୟକ,ଗୀତା ଦାସ,ମିନତୀ ବେହେରା,ସଚ୍ଚିଦା ଦାସ ପ୍ରମୁଖ ସହଯୋଗ କରିଥିଲେ |
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।