ଅନୁଗୁଳ : ( ଦିଲୀପ କୁମାର ଚୋପଦାର) ଜିଲ୍ଲାର କୋଇଲା ନଗରୀ ତାଳଚେର ସହର ସ୍ଥିତ ରାମଚନ୍ଦ୍ର ବଜାର ନିକଟସ୍ଥ ସୌଭାଗ୍ୟ ସାଗର ପୋଖରୀ ପାଖରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଭୂମି ପୂଜା ଅନୁଷ୍ଠିତ ହୋଇ ଯାଇଛି ମୂଖ୍ୟ ଅତିଥି ଭାବେ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ରଭୂତିଆ ଯୋଗ ଦେଇ ତାଙ୍କ କରକୋମଳ ରେ ଏହି ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା ।

ଏହା ନିର୍ମାଣ ହେଲେ ବିଶେଷ କରି ୯ ନମ୍ବର ୮ନମ୍ବର ୱାର୍ଡ ବାସୀ ଉପକୃତ ହେବା ସହିତ ଆଖ ପାଖ ସଲଗ୍ନ ୱାର୍ଡର ଲୋକ ମାନେ ମଧ୍ୟ ଏହାର ଲାଭ ପାଇପାରିବେ ବୋଲି ନଗର ପାଳ ଶ୍ରୀ ଭୂତିଆ ପ୍ରକାଶ କରିଥିଲେ । ତେବେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବୀ ଆପତ୍ତି ହୋଇ ଆସୁଥିବା ବେଳେ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ହେଉ ଥିବାରୁ ନଗର ପାଳ ପବିତ୍ର ଭୁତିଆ ଙ୍କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।

ପ୍ରାୟ ୫୦, ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଯାଉଥିବା କଲ୍ୟାଣ ମଣ୍ଡପ ୮,୯, ନମ୍ବର ୱାର୍ଡ ବାସୀ ର ଜନସାଧାରଣ ବିବାହ ବ୍ରତ ଓ ମେଳା ମହୋତ୍ସବ ପାଇଁ ଭୋଗୁଥିବା ଅସୁବିଧା ଦୁର ହୋଇପାରିବ ବୋଲି ମତପ୍ରକାଶ ପାଇଛି । ଆଜିର ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ୯ ନମ୍ବର ୱାର୍ଡ କାଉନସିଲର ମମତା ରାଉତ ,୮ନମ୍ବର ୱାର୍ଡ଼ କାଉନସିଲର ସନ୍ତୋଷ ବେହେରା , ୪ନମ୍ବର ୱାର୍ଡ କାଉନସିଲର ଜଗନ୍ନାଥ ଗଡ଼ନାୟକ , ବଜାର କମିଟି ସଭାପତି ସୁଧୀର ପଟ୍ଟନାୟକ , ପଞ୍ଚାନନ ସାହୁ, ତପନ କୁମାର ମହାରଣା , ଭାଗ୍ୟରଥି ମହାପାତ୍ର , ଲଳିତ ବଲ୍ଲଭ ରାଉତ ପୌର ପରିଷଦ ଯନ୍ତ୍ରୀ ଗୋଲେଖ ସାହୁ , ଆସିଷ୍ଟାଣ୍ଡ ଯନ୍ତ୍ରୀ ପ୍ରଣତି ନନ୍ଦ , ଇଁ ଶଶାଙ୍କ ଶେଖର ନାୟକ , ପଦ୍ମିନୀ ବାରିକ , ସତ୍ୟଭାମା ଦାସ ,ଙ୍କ ସମେତ ବହୁ ବରିଷ୍ଠ ସାଧାରଣ ଲୋକ ମହିଳା ବଜାର କମିଟି ସଦସ୍ୟ ମାନେ ସାମିଲ ଥିଲେ । ତେବେ ନଗରପାଳ ଶ୍ରୀ ଭୁତିଆ କଥା ଦେଇ କଥା ରଖି କାର୍ଯ୍ୟରେ ପରିଣତ କରିଥିବାରୁ ସାଧାରଣରେ ଖୁସି ବ୍ୟକ୍ତ କରଯାଇଛି । ତେବେ ଆଗକୁ ଏହି ବଜାର ର ପୁରୁଣା ଦୋକାନ ଗୃହ କୁ ଭଙ୍ଗାଯାଇ ନୂତନ ଦୁଇ ମହଲା ଅଟ୍ଟାଳିକା ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ନଗର ପାଳ ଶ୍ରୀ ଭୂତିଆ ଉପସ୍ଥିତ ଲୋକଙ୍କୁ ସୂଚନା ଦେଇଥିଲେ ।।

