You are currently viewing ଜେଟିପି ଓ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷାବାହିନୀ ମଧ୍ଯରେ ଧସ୍ତାଧସ୍ତି
ଜେଟିପି ଓ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷାବାହିନୀ ମଧ୍ଯରେ ଧସ୍ତାଧସ୍ତି

ପୁରୀ, ୪/୧ – ରବିବାର ଛୁଟି ଦିନ ଯୋଗୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ବଢିଥିଲା । ଭକ୍ତ ମାନେ ସାତପାହାଚ ଦେଇ ଜଗମୋହନକୁ ପ୍ରବେଶ କରୁଥିବା ସଭୟରେ ସାତପାହାଚ ତଳେ ଚନ୍ଦନ ଚକଡାରେ ଜଗନ୍ନାଥ ଟେମ୍ପଲୁ ପୋଲିସ (ଜେଟିପି) ଓ ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ମଧ୍ଯରେ ବଚସାରୁ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲା । ଏଭଳି ଅଘଟଣ ସତ୍ବେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଳମ୍ବ ହୋଇନଥିଲା । ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷା
କର୍ମୀଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା । ବ୍ଯାରିକେଡରେ
ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ ଦର୍ଶନକୁ ଶ୍ରୀମନ୍ଦିର କମାଣ୍ଡର ଓ ସେବାୟତ ବିରୋଧ କରିଥିଲେ । କିଛି ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ମଧ୍ଯ ଯୁକ୍ତିତର୍କ ହୋଇଥିଲା । ସାତପାହାଚ ଠାରେ ଧାଡି ଦର୍ଶନ ବନ୍ଦ ରହିଥିଲା । ବରିଷ୍ଠ ପୋଲିସ ଅଧିକାରୀ ଉଭୟ ପକ୍ଷଙ୍କୁ ବୁଝାସୁଝା ପରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା । ଏଭଳି ବାରମ୍ବାର ଶ୍ରୀମନ୍ଦିର ଭିତର ଘଟୁଥିଲେ ମଧ୍ଯ କୌଣସି ସ୍ଥାୟୀ ସମାଧାନର ସୁତ୍ର ବାହାରି ପାରୁନାହିଁ । ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଏଭଳି ପ୍ରତିକ୍ରିୟା ହେଉଛି ବୋଲି କୁହାଯାଉଛି । ଶୃଙ୍ଖଳିତ ଦର୍ଶନ ଓ ସୁଖଦ ଅନୁଭୂତି ନେଇ ଭକ୍ତ ଫେରିପାରୁ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି ।