You are currently viewing ମଠସରସିଂ ଓ କେ ରାଣିପଡା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
ମଠସରସିଂ ଓ କେ ରାଣିପଡା ଠାରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

କୋଦଳା (୦୯/୧୦/୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଦିଗାପଡା ଓ ମଠ ବ୍ରହ୍ମପୁର କ୍ଲଷ୍ଟରରେ କ୍ଲଷ୍ଟର ସ୍ଥରୀୟ ସୁରଭି ଓ ମିଲେଟ ମିଶନ ପ୍ରତିଯୋଗିତା ୨୦୨୩ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଦିଗାପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାଳକୃଷ୍ଣ ମହାନ୍ତି ଓ ମଠ ବ୍ରହ୍ମପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବିନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଦିଗାପଡା କ୍ଲଷ୍ଟର ର ମଠସରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ବେହେରା, ବିଦ୍ଯାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ପଣ୍ଡା, ପୂର୍ବତନ ସିଆରସିସି ଅଶ୍ବିନୀ ପ୍ରହରାଜ, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, କୁଷ୍ଣଚନ୍ଦ୍ର ପୋଲାଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
ସେହିପରି ମଠ ବ୍ରହ୍ମପୁର କ୍ଲଷ୍ଟର ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେ ଆର୍ ଲଚ୍ଛିପୁର ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ସୁରଭି ମହୋତ୍ସବ । ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ସ୍ବାଇଁ, ସମିତି ସଭ୍ୟା ଝୁନୁ ପୋଲାଇ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ମହେନ୍ଦ୍ର କୁମାର ସ୍ବାଇଁ, ବରିଷ୍ଠ ଶିକ୍ଷକ ପଂକଜ ବେହେରାଙ୍କ. ରାମ କୃଷ୍ଣ ଜେନା. କୈଳାସ ଗୌଡ଼ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନାଚ ପରିବେଷଣ କରାଯାଇଥିଲା। ବିଭିନ୍ନ ବର୍ଗରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ସମ୍ମାନିତ କରିଥିଲେ ଅତିଥି । ନିଜର ଅଭିଭାଷଣରେ ଉପସ୍ଥିତ ଅତିଥି ମାନେ ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏବଂ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବାକୁ ଗୁରୁତ୍ୱାରୋପ କରିଥିଲେ।