You are currently viewing ତୁଳସୀପୁର ପଂଚାୟତ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ, ନେତାଜୀ ଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ବିଧାୟିକା |
ତୁଳସୀପୁର ପଂଚାୟତ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ, ନେତାଜୀ ଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ବିଧାୟିକା |

ଖଲ୍ଲିକୋଟ ;26/1 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଂଚାୟତ ରେ ପାଳିତ ହୋଇଛି 75 ତମ ସାଧାରଣତନ୍ତ୍ର ଦିବସ |ତୁଳସୀପୁର ପଂଚାୟତ କାର୍ଯ୍ୟାଳୟ ପରିସର ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି କୁ ଅନାବରଣ କରିଥିଲେ

|ଉକ୍ତ କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଭିକାରି ଚରଣ ପାଣ୍ଡୀ, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଳାଇ, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ବିଜେଡ଼ି ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଓ ବ୍ଲକ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ, ଓ ସରପଞ୍ଚ ସିକ ପାଣ୍ଡୀ ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ସାମଲ, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )