କଟକ ସଦର (୪/୭) ୪୨ ମୌଜା ଥାନା ଅନ୍ତର୍ଗତ ବେଣ୍ଟକାର ନୋଡାଲ ସ୍କୁଲ୍ ରେ ୭୪ତମ ବନ ମହୋତ୍ସବ ଫୁଳନଖରା ବନାଞ୍ଚଳ ତରଫରୁ ଫରେଷ୍ଟର ଶ୍ରୀକାନ୍ତ ବେହେରା, ଫରେଷ୍ଟର ସୂର୍ଯ୍ୟକାନ୍ତ ସାହୁ ଏବଂ ଏ.ଏସ.ଓ. ବିନୂଜିତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କଳ୍ପତରୁ ପାଗଳ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିବା ସହିତ ମିଳିତଭାବରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।
