You are currently viewing ବୁଲା କୁକୁରଙ୍କ ଆକ୍ରମଣ ରୁ ଶିଶୁ ଙ୍କୁ ସୁରକ୍ଷା ବୈଠକ ଅନୁଷ୍ଠିତ
ବୁଲା କୁକୁରଙ୍କ ଆକ୍ରମଣ ରୁ ଶିଶୁ ଙ୍କୁ ସୁରକ୍ଷା ବୈଠକ ଅନୁଷ୍ଠିତ

ପୁରୀ ୨୪ .୦୨ ଆଜି ପୂର୍ବାହ୍ନରେ ବୁଲା କୁକୁର ଆକ୍ରମଣରୁ ଶିଶୁ ମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ,ଗୃହରେ ଜିଲ୍ଲାର ଅଧିକାରୀମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଜିଲ୍ଲା ମୁଖ୍ୟ ଚିକିତ୍ସ। ଅଧିକାରୀ ଡା ଅକ୍ଷୟ କୁମାର ଶତପଥି, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା , ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଜିଲ୍ଲା କାର୍ଯ୍ୟସୂଚୀ ଅଧିକାରୀ,ଜିଲ୍ଲା ପ୍ରକଳ୍ପ ସଂଯୋଜିକ। ,ମିଶନ ଶକ୍ତି ଓ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟ।ଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ , ଅଙ୍ଗନୱାଡି ପରିବେଶରେ ଅଙ୍ଗନୱାଡିକର୍ମୀ ମାନେ ନୋଡ଼ାଲ-ଅଫିସର ଭାବେ ଶିଶୁମାନଙ୍କୁ ବୁଲା କୁକୁର ଓ ଗାଈ ମାନଙ୍କ ଠାରୁ କିପରି ସୁରକ୍ଷିତ ରଖିବେ, ବଳକା ଖାଦ୍ୟ ଏଠିସେଠି ନପକାଇ ଡଷ୍ଟବିନ୍ ରେ ପକାଇବେ ଓ ଏ ସମ୍ବନ୍ଧରେ ଅନ୍ୟ ମାନଙ୍କୁ ସଚେତନ କରିବା ସହ ନିଜର ଅର୍ଥାତ ଅଙ୍ଗନୱାଡି କର୍ମୀଙ୍କର ନାମ , ପଦବୀ ଓ ଫୋନ ନମ୍ବର ଅଙ୍ଗନୱାଡି ବାହାର କାନ୍ଥରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଲେଖିବେ ବୋଲି ଜଣାଇଥିଲେ । ସେହିପରି ଜିଲ୍ଲାର ମୁଖ୍ୟ ପଶୁ ଚିକିତ୍ସ। ଅଧିକାରୀ ଶରତ କୁମାର ବେହେରା ମାନ୍ୟବର କୋର୍ଟ ଙ୍କ ଆଦେଶ ମୁତାବକ ବୁଲା କୁକୁର ମାନଙ୍କୁ ରାସ୍ତା ଘାଟ ବା ଏଣେତେଣେ ଖାଇବାକୁ ଦେବା ଦଣ୍ଡନୀୟ ଅପରାଧ ଅଟେ ବୋଲି କହିବା ସହ ଏଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ।