ପୁରୀ,୪/୬- ବିଶ୍ବ ଐତିହ୍ଯ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ବ୍ରିକ୍ସ ବୈଷୟିକ ବୈଠକ ବିପର୍ଯ୍ୟୟ ବିପଦ ହାସ ଗୋଷ୍ଠୀ । କୋଣାର୍କର କାରୁକାର୍ଯ୍ୟ ,ଗଠନଶୈଳୀ, ଅଶ୍ବ, ଚକ୍ର ଓ ପରିବେଶକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଅବିଭୂତ ହୋଇଯାଇଥିଲେ । ପୁରୀ ତାଜ ହୋଟେଲରେ ଜୁନ ୩ରୁ ୫ ତିନିଦିନ ଧରି ୧୧ ଟି ଦେଶର ପ୍ରତିନିଧି ବୈଠକରେ ଯୋଗ ଦେଇଛନ୍ତି । ଆସନ୍ତାକାଲି ଚିଲିକା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।୧୧ଟି ଦେଶର ପ୍ରତିନିଧିଙ୍କ ମଧ୍ଯରେ ବ୍ରାଜିଲ୍, ରୁଷିଆ, ଭାରତ,ଚୀନ୍,ଦକ୍ଷିଣଆଫ୍ରିକା,ଇଜିପ୍ଟ,ଇଥ୍ଓପିଆ,ଇରାନ୍,ଇଣ୍ଡୋନେସିଆ,ସାଉଦି-ଆରବ ।


