You are currently viewing ଚିକିଟୀରେ ବାଲି ମାଫିଆଙ୍କ ରାଜ: BNS ୧୬୩ ଧାରାକୁ ବେଖାତିର, ବଡ଼ କେଳାଝୁରିରୁ ଦିବାଲୋକରେ ବେଆଇନ ଲୁଟ୍
ଚିକିଟୀରେ ବାଲି ମାଫିଆଙ୍କ ରାଜ: BNS ୧୬୩ ଧାରାକୁ ବେଖାତିର, ବଡ଼ କେଳାଝୁରିରୁ ଦିବାଲୋକରେ ବେଆଇନ ଲୁଟ୍

ଚିକିଟୀ -ଚିକିଟୀ ଅଞ୍ଚଳରେ ଏବେ ଆଇନର ଶାସନ ନୁହେଁ, ବରଂ ବାଲି ମାଫିଆଙ୍କ ରାଜ ଚାଲିଥିବା ଦେଖିବାକୁ ମିଳୁଛି। ବାରମ୍ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏବଂ କଠୋର ଆଇନଗତ କଟକଣା ସତ୍ତ୍ୱେ ବଡ଼ କେଳାଝୁରି ଅଞ୍ଚଳରୁ ବେଆଇନ ବାଲି ଚାଲାଣ ଥମିବାର ନାଁ ନେଉନାହିଁ। ପ୍ରଶାସନ ପକ୍ଷରୁ BNS ୧୬୩ (ପୂର୍ବତନ CRPC ୧୪୪) ଧାରା ଲାଗୁ ହୋଇଥିବା ସତ୍ତ୍ୱେ ମାଫିଆମାନେ ଖୋଲା ଦିବାଲୋକରେ ସ୍ପଷ୍ଟ ଭାବେ ସରକାରୀ ଆଦେଶକୁ ବେଖାତିର କରି ଲକ୍ଷାଧିକ ଟଙ୍କାର ବାଲି ଚାଲାଣ କରୁଛନ୍ତି। ଖଣି ବିଭାଗ, ପୋଲିସ ଓ ରାଜସ୍ୱ ବିଭାଗ ଆଖି ଆଗରେ ଏହି ବେଆଇନ କାରବାର ଚାଲିଥିଲେ ବି ସମସ୍ତେ ନୀରବଦ୍ରଷ୍ଟା ସାଜିବା ସାଧାରଣରେ ଗୁରୁତର ସନ୍ଦେହ ସୃଷ୍ଟି କରିଛି।କାହା ଛାତ୍ରଛାୟାରେ ଚାଲିଛି ଏହି ଖୋଲା ଚାଲେଞ୍ଜ?
ସରକାରୀ ନିୟମ ଓ ପୋଲିସ ପ୍ରଶାସନକୁ ଆଙ୍ଗୁଠି ଦେଖାଇ ମାଫିଆମାନେ ଯେଉଁଭଳି ଭାବେ ପ୍ରତିଦିନ ଶତାଧିକ ଗାଡ଼ି ବାଲି ବେଆଇନ ଭାବେ ଲୁଟ୍ କରୁଛନ୍ତି, ତାହା ପଛରେ କାହାର ହାତ ଅଛି? କାହାର ଅଭୟ ବରଦାନ ଯୋଗୁଁ ମାଫିଆମାନେ ଆଇନକୁ ଖାତିର କରୁନାହାନ୍ତି ? ଏହାକୁ ନେଇ ଏବେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ଓ ମାଫିଆଙ୍କ ମଧ୍ୟରେ ଚାଲିଥିବା ଅସାଧୁ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ କଟକଣା କେବଳ କାଗଜପତ୍ରରେ ସୀମିତ ରହିଯାଇଛି।ଏହି ବେଆଇନ ଲୁଟ୍ ଯୋଗୁଁ ଗୋଟିଏ ପଟେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବା ବେଳେ ଅନ୍ୟପଟେ ନଦୀ ପରିବେଶ ଓ ସ୍ଥାନୀୟ ଭୂପୃଷ୍ଠ ଉପରେ ଏହାର ଗୁରୁତର କୁପ୍ରଭାବ ପଡ଼ୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କେତେକ ଅସାଧୁ ସରକାରୀ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗ ଯୋଗୁଁ ମାଫିଆମାନେ ନିର୍ଭୟରେ ଏହି କାରବାର ଚଳାଇଛନ୍ତି।
ଅଞ୍ଚଳବାସୀ ଏବେ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ପ୍ରଶାସନ ଏହି ବେଆଇନ କାର୍ଯ୍ୟ ବିରୋଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ଏବେ ବଡ଼ ପ୍ରଶ୍ନ। ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ଯେ କେଳାଝୁରି ଅଞ୍ଚଳରୁ ବାଲି ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ମାଫିଆଙ୍କୁ ସହଯୋଗ କରୁଥିବା ଓ ଅଣଦେଖା କରୁଥିବା ଅସାଧୁ କର୍ମଚାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରି ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯାଉ। ସରକାରୀ ରାଜସ୍ୱ ବୃଦ୍ଧି ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଭାଗୀୟଉଚ୍ଚାଧିକାରୀମାନେ ନିଜେ ସ୍ପଟ୍ ଭିଜିଟ୍ କରି କଠୋର ପଦକ୍ଷେପ ଗ୍ରହଣ କରନ୍ତୁ।
ଯଦି ତୁରନ୍ତ ଏହି ବେଆଇନ ବାଲି ଚାଲାଣ ଉପରେ ରୋକ୍ ନଲଗାଯାଏ, ତେବେ ଆଗାମୀ ଦିନରେ ନଦୀ ଶଯ୍ୟା