ସୁବର୍ଣ୍ଣପୁର,ତା.୧୬.୦୧.୨୦୨୫, ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ପରିସରରେ ବିଡ଼ିଓ ଡୁଙ୍ଗୁରିପାଲି ଶ୍ରୀ ଦିଲ୍ଲୀପ କୁମାର ବାରାଙ୍କ ଅଧ୍ଯକ୍ଷତାରେ ଯୁବକ ଓ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଡୁଙ୍ଗୁରିପାଲି ବ୍ଲକ ଉପାଧ୍ଯକ୍ଷ, ଶ୍ରୀଯୁକ୍ତ ବେଲାର ସାହୁ, ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ ଯୁବକ ଯୁବତୀଙ୍କୁ ଏହାର ଉଚିତ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଦକ୍ଷତା ବିକାଶ-ତଥା- ନିୟୋଜନ ଅଧିକାରୀ, ଶ୍ରୀମତୀ ସଞ୍ଜୁ କୁମାରୀ ସାହୁ ସଭା ପରିଚାଳନା କରିଥିବା ବେଳେ ବି ପି ଏମ ଶ୍ରୀଯୁକ୍ତ ସଞ୍ଜିତ ଷଡଙ୍ଗୀ, ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଶିବିରରେ ସେଫଏଜୁକେଟ ଲର୍ନିଙ୍ଗ ପ୍ରା. ଲିମିଟେଡ଼, ଆଵି ୱେଷ୍ଟ ସର୍ଭିସେସ ଲିମିଟେଡ଼ . ବ୍ଲାକ ପାନ୍ଥର , ଏନ ସି ଏ ଟି ସ୍କିଲ ଇଣ୍ଡିଆ , ଏସ ଆଇ ଏଚ ଏମ ବଲାଙ୍ଗୀର , ଏସ ବି ଆର ଏସ ଇ ଟି ଆଇ , ସରକାରୀ ଆଇ ଟି ଆଇ ଏବଂ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର, ସାହି ଏକ୍ସପୋର୍ଟ ପ୍ରା. ଲିମିଟେଡ଼, ଇଣ୍ଡିଆନ ଏୟାର ଫୋର୍ସ , ଗୋକଲ ଦାସ ଏକ୍ସପୋର୍ଟ ଲିମିଟେଡ଼ ପ୍ରଭୁତି ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରି ଶିବିରରେ ଯୁବକ ଯୁବତୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।

ଏହି ଶିବିରରେ ଡୁଙ୍ଗୁରିପାଲି ବ୍ଲକ ଅଂଚଳର ୨୫୪ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ଉପସ୍ଥିତ ତାଲିମ ପ୍ରଦାନକାରୀ ସଂସ୍ଥାଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେଇଥିଲେ ।
