ସାନଖେମୁଣ୍ଡି ୩୦/୧୧ -:- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆସୁତୋଷ କୁଲକର୍ଣୀ ଆଜି ସାନଖେମୁଣ୍ଡି ବ୍ଲକ୍ ଗସ୍ତକରି ଆଗାମୀ ନିର୍ବାଚନ ପାଇଁ ଚାଲୁଥିବା ଭୋଟର ପଞ୍ଜିକରଣ ସହ ମହିଳା ପୁରୁଷ ଭୋଟର ଅନୁପାତ ( ତାରତମ୍ୟ) କୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି । ମତଦାତା ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରୁଥିବା ମତଦାନ ପ୍ରକ୍ରିୟାରେ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କରିବା ଏବଂ ୫୦୬୭ ମୃତକଙ୍କ ନାମକୁ ବାଦ୍ ଦେବା , ନୂଆଁ ଭୋଟରଙ୍କୁ ତାଲିକାଭୁକ୍ତ କରିବା ସହ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିନଥିବା ମହିଳା ଭୋଟରଙ୍କୁ ତାଲିକାରେ ସାମିଲ କରିବା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ୧୪୩ ଗୋଟି ବୁଥ ରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ସାନଖେମୁଣ୍ଡି ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବ୍ଲକ୍ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ତହସିଲଦାର ଜେ କଳ୍ପନା , ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନା , ଏ ବିଡ଼ିଓ ବୈଜୟନ୍ତି ମୁଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ବୈଠକରେ ଯୋଗଦେଇଥିବା ବୁଥ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ଆଦେଶରେ ରହିଥିବା ଆବଶ୍ୟକୀୟ ତଥ୍ୟ ନେଇ ଅବଗତ କରିଛନ୍ତି ।

ସାନଖେମୁଣ୍ଡି ରେ ବୁଥ ସ୍ତରୀୟ ଅଧିକାରୀ ମାନେ ଭୋଟ ତାଲିକା ନିର୍ଭୁଲ ଏବଂ ମହିଳା ମାନଙ୍କୁ ତାଲିକାଭୁକ୍ତ କରିଥିବାରୁ ପ୍ରଶଂସା କରିବା ସହ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ ସବ କଲେକ୍ଟର ।
