You are currently viewing ଖଲ୍ଲିକୋଟ ରେ ସ୍ମାର୍ଟ ମିଟର ଲଗାଇବା ବନ୍ଦ ଦାବିରେ ପ୍ରତିବାଦ .
ଖଲ୍ଲିକୋଟ ରେ ସ୍ମାର୍ଟ ମିଟର ଲଗାଇବା ବନ୍ଦ ଦାବିରେ ପ୍ରତିବାଦ .

ଖଲ୍ଲିକୋଟ : 21/1 ରାଜ୍ୟ ରେ ସ୍ମାର୍ଟ ମିଟର ଲଗ|ଇବା ବାଧ୍ୟତା ମୂଳକ ବୋଲି ରାଜ୍ୟ ବିଦ୍ୟୁତ ମନ୍ତ୍ରୀ ଙ୍କ ଘୋଷଣା ପରେ ସାରା ରାଜ୍ୟରେ ବିଦ୍ୟୁତ ଗ୍ରାହକ ମାନଙ୍କ ମହଲ ରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଏକ ଆନ୍ଦୋଳନ ଜନିତ ଉତ୍ତେଜନା ଦେଖାଦେଲାଣି |ଏ ନେଇ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପରିସର ରେ ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ଖଲ୍ଲିକୋଟ ର ବହୁ ବୁଦ୍ଧିଜୀବୀ ଏକ ବୈଠକ ବସି ସ୍ମାର୍ଟ ମିଟର ଲଗ|ଇବା ବନ୍ଦ କରିବା ପାଇଁ ପ୍ରବଳ କ୍ଷୋଭ ପ୍ରକାଶ ପାଇଥିଲା | ବିଦ୍ୟୁତ ବିଭାଗ ପ୍ରଥମେ ହୁଇଲ ମିଟର ପରେ ଡିଜିଟାଲ ମିଟର ଓ ବର୍ତ୍ତମାନ ସ୍ମାର୍ଟ ମିଟର ଲଗ|ଇବା ପାଇଁ ଉପୋଭୋକ୍ତା ମାନଙ୍କ ଉପରେ ଜୁଲୁମ ଆରମ୍ଭ କରିବା ସହ ଜବରଦସ୍ତ ସ୍ମାର୍ଟ ମିଟର ଲଗ|ଇବା ପାଇଁ ବାଧ୍ୟ କରୁଛନ୍ତି |ସେହିପରି ବିଜୁଳି ବିଲ ର ସରଳୀ.

କରଣ ଓ ଓଡ଼ିଆ ରେ ବିଲ ପ୍ରଦାନ, ପ୍ରତି ମାସ ରେ ମିଟର ଭଡା ଓ ଏଫ ଡ଼ି ଉପରେ ପଇସା ବନ୍ଦ କରିବା ସହ ଗ୍ରାମାଞ୍ଚଳ ରେ ଥିବା ନିରକ୍ଷର ପୁରୁଷ, ମହିଳା ମାନେ ବିଜୁଳି ତାରିଫ ବିଲ ନିର୍ଣୟ କରିବା ସାଙ୍ଗକୁ ସରକାର 300 ୟୁନିଟ ମାଗଣା ବିଜୁଳି ପ୍ରଦାନ ନେଇ ଆଲୋଚନା ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିଦ୍ୟୁତ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଆଗାମୀ 30 ତାରିଖ ସୁଦ୍ଧା କୌଣସି ପ୍ରତିକ୍ରିୟା ନ ମିଳିଲେ ଖଲ୍ଲିକୋଟ ବିଦ୍ୟୁତ ଉପୋଭୋକ୍ତା ସଂଘ ଆନ୍ଦୋଳନ ହାତକୁ ନେଇ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଘେରିବା ନେଇ ସୂଚନା ଦେଇଛନ୍ତି |ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଟ ନାଗରିକ ମଞ୍ଚ ର ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଜୟ କୁମାର ପଟ୍ଟନାୟକ, ଲେଫ୍ଟନାଣ୍ଟ କର୍ନେଲ କିଶୋର ଚନ୍ଦ୍ର ବିଷୋୟୀ, ପ୍ରମୋଦ କୁମାର ସିଂ, ଚକ୍ରପାଣି ସାହୁ, ଦିଲୀପ କୁମାର ସାହୁ ପ୍ରମୁଖ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରି ସ୍ଲୋଗାନ ଦେଇଥିଲେ |

ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ