ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ବାଲ୍ୟବିବାହ ନିରାକରଣ ସଚେତନତା ଅଭିଯାନର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଘୁମୁସର ତାଲୁକା ରଜକ ସମାଜ ଜଗନ୍ନାଥ ପ୍ରସାଦ ମୁଠା ପକ୍ଷରୁ ଏକ ସଚେତନତା ରାଲି ମାକରଞ୍ଜେଇ ମନ୍ଦିର ଠାରୁ ଶୁଭାରମ୍ଭ ହୋଇଛି l ବାଲ୍ୟବିବାହ, ଶିଶୁ ଅପରାଧ, ଘରୋଇ ହିଂସା ଓ ଲିଙ୍ଗଗତ ହିଂସା ସମ୍ପର୍କରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ସ୍ଥାନୀୟ ବଜାର, କୁମ୍ଭାରସାହି, ବଡଦାଣ୍ଡ, ବ୍ଲକ ଛକ ଆଦି ବିଭିନ୍ନ ସାହିରେ ୩୦୦ରୁ ଉର୍ଦ୍ଧ ରଜକ ସମାଜର ମହିଳା ଓ ପୁରୁଷ ବିଭିର୍ଣ୍ଣ ପ୍ରକାର ନାରା ଦେଇ ରାଲି କରିଛନ୍ତି l
” ବାଲ୍ୟ ବିବାହ ବଡ଼ ଅଭିଶାପ “
” ଜାଣି ଶୁଣି କେହି କରିବନି ପାପ “
ଜଗନ୍ନାଥ ପ୍ରସାଦ ମୁଠା ରେ ଥିବା ଲଙ୍କାଗଡ ଛକ ଠାରେ ଥିବା କୂଳ ଘର ଠାରେ ମୁଖ୍ୟ ଅତିଥିତଥା ତାଲୁକା ସଭାପତି ଡମ୍ବରୁ ଧର ସେଠୀ ,ମୁଖ୍ୟ ବକ୍ତା ତଥା ସମ୍ପାଦକ ପ୍ରସନ୍ନ କୁମାର ସେଠୀ, ସନ୍ନମାନିତ ଅତିଥି ତଥା କୋଷାଧକ୍ଷ ଯୋଗେନ୍ଦ୍ର ସେଠୀ, ମହିଳା ସଦସ୍ୟ ପିଙ୍କି ସେଠୀ, ରେଣୁବାଳା ସେଠୀ ଗଞ୍ଜାମ ଜିଲ୍ଲା ଉପ ସଭାପତି ନାରାୟଣ ସେଠୀ, ପଡିଆ ମୁଠା ସମ୍ପାଦକ ଶିବରାମ ସେଠୀ,ତଳଅଣି ଗିରି କୋଷା ଦ୍ଧକ୍ୟ ନୀଳାଞ୍ଚଳ ସେଠୀ, ସମ୍ପାଦକ ସୂର୍ଯ୍ୟ ଚନ୍ଦ୍ର ସେଠୀ, ବୁଗୁଡ଼ା ସଭାପତି ଅରୁଣ କୁମାର ସେଠୀ, ସୁବାଷ ଚନ୍ଦ୍ର ସେଠୀ,ଜଗନ୍ନାଥ ପ୍ରସାଦ ମୁଠା ସଭାପତି ବିନୋଦ କୁମାର ସେଠୀ, ସମ୍ପାଦକ ରାମ ଚନ୍ଦ୍ର ସେଠୀ, ସହ ସମ୍ପାଦକ ସନ୍ତୋଷ କୁ ସେଠୀ, କୋଷାଧକ୍ଷ ଯୁଧିଷ୍ଠିର ସେଠୀ, ଅଡିଟର ମନୋରଞ୍ଜନ ସେଠୀ, ଉପଦେଷ୍ଟା ସୁଶୀଳ ସେଠୀ ମହିଳା ସଦସ୍ୟା କୁନି ସେଠୀ,25 ଜଣ ମେମ୍ବର,3ଜଣ ବେହେରା,ପାଇକ ଜଣେ ଉପସ୍ଥିତ ରହିଥିଲେ |
ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି ପ୍ରଥା ସମାଜରେ ରହିଛି l ଏହା ଦ୍ଵାରା ଶିଶୁ ମାନେ ନିଜ ମୌଳିକତା ହରାଉଛନ୍ତି l ପିତାମାତାମାନେ ପରମ୍ପରା ନାମରେ ନାବାଳିକା ମାନଙ୍କୁ କମ୍ ବୟସରେ ବିବାହ କରାଇଦେଉଛନ୍ତି l ଫଳରେ ପାଠ ପଢିବା ବୟସରେ ନିଜ ଅଧିକାରରୁ ବଞ୍ଚିତ ହେବା ସହିତ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ଵ ଲାଭ କରୁଛନ୍ତି l ସମାଜରେ ମହିଳା ହିଂସାକୁ ରୋକିବା ଓ ଶିଶୁଙ୍କ ସୁରକ୍ଷା, ଅଧିକାର ଏବଂ ଶିକ୍ଷା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ରଜକ ସମାଜ ପକ୍ଷରୁ ସୂଚନା ମିଳିଛି l
