You are currently viewing ଖଲ୍ଲିକୋଟ ଏସ ଏମ ହାଇସ୍କୁଲ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଖଲ୍ଲିକୋଟ ଏସ ଏମ ହାଇସ୍କୁଲ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଖଲ୍ଲିକୋଟ :24/2 ଛତ୍ରପୁରସ୍ଥିତ ଅନଶ୍ଲୋ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବ ରେ ଆସିକା ସଂସଦ ମହୋଦୟା ପ୍ରମିଳା ବିଷୋୟୀ, ଆସ୍କା ବିଧାୟିକା, ମଞ୍ଜୁଳା ସ୍ୱାଇଁ ଛତ୍ରପୁର ବିଧାୟକ, ସୁବାଷ ବେହେରା ଖଲ୍ଲିକୋଟ ବିଧାୟିକ| ସୂର୍ଯ୍ୟମଣି ବୈଦ୍ୟ , ଜିଲ୍ଲା ପରିଷଦ ସଭାପତି ସଂଘମିତ୍ରା ଦଳାଇ, ବ୍ରହ୍ମହପୁର ବିଧ୍ୟାକ ବିକ୍ରମ ପଣ୍ଡା ,ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ,ଦୁଇ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମହୋଦୟ,ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନ ଅଧକ୍ଷ ସନ୍ତୋଷ ପରିଡା , ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର 3 ହଜାର ରୁ ଅଧିକ ଛାତ୍ରଛାତ୍ରୀ ଙ୍କୁ ଏକାଡେ଼ମିକ ଆୱାର୍ଡ,2 ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ଲିଡରସିପ ଆୱାର୍ଡ ପ୍ରଦାନ କରାଯାଇଥିଲା |

ଏତଦ ବ୍ୟତୀତ 69 ସେକେଣ୍ଡାରୀ ସ୍କୁଲ କୁ ବେଷ୍ଟ ସ୍କୁଲ ଆୱାର୍ଡ, 23ଟି ସ୍କୁଲ ର ପ୍ରଧାନ ଶିକ୍ଷକ ମାନଙ୍କୁ ବେଷ୍ଟ ହେଡ଼ ମାଷ୍ଟର ଆୱାର୍ଡ, SMC ଆୱାର୍ଡ, ଆଲୁମିନି ଆୱାର୍ଡ ଆଦି ପ୍ରଦାନ କରାଯାଇଥିଲା | ଆମ୍ଭ ଖଲ୍ଲିକୋଟ ବ୍ଲକ ର 180 ଛାତ୍ର ଛାତ୍ରୀ ସ୍ଟୁଡେଣ୍ଟ ଏକାଡେ଼ମିକ ଓ ଲିଡର ସିପ ଆୱାର୍ଡ ପାଇଥିଲେ | ଶ୍ରୀ ମର୍ଦରାଜ ଉଚ୍ଚ ବିଦ୍ୟାଳୟ କୁ ବେଷ୍ଟ ସ୍କୁଲ ଆୱାର୍ଡ, ବେଷ୍ଟ ହେଡମାଷ୍ଟର ଆୱାର୍ଡ, ବେଷ୍ଟ SMC ଆୱାର୍ଡ ପ୍ରଦାନ କରାଯାଇଥିଲା ଓ ଗୋପପୁର ବିଦ୍ୟାଳୟ କୁ ବେଷ୍ଟ ଆଲୁମିନି ଆୱାର୍ଡ ପ୍ରଦାନ କରାଯାଇଥିଲା |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )