ବାଲୁଗାଁ ମହାବିଦ୍ୟାଳୟରେ ୧୮ ଅଗଷ୍ଟ ୨୦୨୫ ତାରିଖ ସୋମବାର ଦିନ ଏକ ଟେଲି-ମାନସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଉଦ୍ଘାଟନ କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ଏସ୍. ସି.ବି ମେଡ଼ିକାଲ କଲେଜର କ୍ଲିନିକାଲ ସାଇକୋଲୋଜିଷ୍ଟ ମିସେସ୍ ଅନନ୍ୟା ଅପ୍ସରୀଏବଂ ମିସ୍ ସୋନାଲି ସ୍ବାଇଁ ଯୋଗ ଦେଇ ଟେଲି-ମାନସ୍ ସେବା କିପରି ଯୁବପୀଢ଼ିଙ୍କୁ ସହାୟତା କରିପାରିବ, ସେ ସଂପର୍କରେ ପୃଙ୍ଖାନୁପୃଙ୍ଖ ଆଲୋକପାତ କରିବା ସହିତ ଭିଡ଼ିଓ ମାଧ୍ୟମରେ ସଚେତନ କରାଇଥିଲେ।ଦର୍ଶନ ବିଭାଗର ମୁଖ୍ଯ ତଥା ପ୍ରଶାସନିକ ଅଧିକାରୀ ଡ. କୈଳାଶଚନ୍ଦ୍ର ମହାରଣା ମଞ୍ଚ ପରିଚାଳନା କରି ଥିବାବେଳେ ମିସ୍ ରୋଜାଲିନ୍ ମିଶ୍ର ଏବଂ ଶ୍ରୀ ବିମଳ କୁମାର ପଣ୍ଡା ସହଯୋଗ କରିଥିଲେ।

ଉକ୍ତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ମାନସିକ ସ୍ଵାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ।ଶେଷରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜିକା ମନୋବିଜ୍ଞାନ ବିଭାଗର ମୁଖ୍ଯ ଶ୍ରୀମତୀ କ୍ରିଷ୍ଣା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।