You are currently viewing ଟଙ୍କା, ସୁନାଚେନ ଓ କାନଫୁଲପୋଲିସ ପ୍ରକୃତ ମାଲିକଙ୍କୁ ଫେରାଇଲା
ଟଙ୍କା, ସୁନାଚେନ ଓ କାନଫୁଲପୋଲିସ ପ୍ରକୃତ ମାଲିକଙ୍କୁ ଫେରାଇଲା

ପୁରୀ,୧୦/୬-ପୁରୀ ପୋଲିସ ପକ୍ଷରୁ ଚୋରି ହୋଇଥିବା
୧୬ ଗ୍ରାମର ସୁନାଚେନ ,ହଳେ କାନଫୁଲ ନଗଦ ୩ ହଜାର ୩୫୦ ଟଙ୍କା ପ୍ରକୃତ ମାଲିକାଣୀ ବାସୁମତୀ ବେହେରା ବୟସ ୪୦,ସ୍ବାମୀ ନଳିନୀକାନ୍ତ ବେହେରା ସା/ପୋ ନୂଆପଡା ପାଣପଣା ଜିଲ୍ଲା ବାଲେଶ୍ଵରକୁ ସଠିକ ପ୍ରମାଣ ପାଇ ପ୍ରଦାନ କରିଛି । ସାମଗ୍ରୀ ଗ୍ରହଣ କରିବା ପରେ ବାସୁମତୀ ବେହେରା ପୁରୀ ପୋଲିସକୁ କୃତଜ୍ଞତା ଜଣାଇବା ସହ ଦାୟୀତ୍ବବୋଧକୁ ପ୍ରଶଂସା କରିଥିଲେ । ଏହି ଚୋରି ଘଟଣା ସିଂହଦ୍ଵାର ଥାନା ଅଞ୍ଚଳରେ ଘଟିଥିଲା ।
ପୁରୀ ପୋଲିସ ସର୍ବଦା ଜନସାଧାରଣଙ୍କ ସେବା, ସୁରକ୍ଷା ଓ ସମ୍ପତ୍ତିର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧ ରହିଛି। ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସାମଗ୍ରୀର ଉଦ୍ଧାର ଏବଂ ପ୍ରକୃତ ମାଲିକଙ୍କୁ ଫେରସ୍ତ ପ୍ରଦାନ କରିବା ଦିଗରେ ଏଭଳି ପଦକ୍ଷେପ ଭବିଷ୍ୟତରେ ମଧ୍ୟ ଜାରି ରହିବ।