କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଠାରେ ରବିବାର ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ବଚ୍ଛ ସାଥି, ସୁପରଭାଇଜର, ଏନ୍ଏସି କର୍ମଚାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ରହି ଦଣ୍ଡିଶ୍ୱର ମନ୍ଦିର ପରିସରରେ ସଫେଇ କରିଥିଲେ।
ସ୍ୱଚ୍ଛତା ହିଁ ସେବା ୨୦୨୩ ଅଭିଯାନ ନାମରେ ଆରମ୍ଭ ହୋଇଥିବା ବେଳେ କୋଦଳା ଏନଏସି ଠାରେ ସ୍ୱଚ୍ଛତା ପକ୍ଷର ପର୍ବ ପାଳନ କରାଯାଇଛି । ସାମୂହିକ ରୂପରେ ଏକତା ଏବଂ ସଂକଳ୍ପ ପ୍ରଦର୍ଶନ କରିବା ପାଇଁ ସ୍ୱଚ୍ଛତା ଅଭିଯାନର ଆରମ୍ଭ ହୋଇଛି। ରବିବାର ସକାଳ ୧୦ଟାରେ ନାଗରିକ ମାନଙ୍କର ନେତୃତ୍ୱାଧୀନ ‘ସ୍ୱଚ୍ଛତା ପାଇଁ ଶ୍ରମଦାନ’ ନିମନ୍ତେ ୧ ଘଣ୍ଟା ପାଇଁ କାର୍ଯ୍ୟ କରିବାକୁ ଜାତୀୟ ଆହ୍ୱାନ ଦିଆଯାଇଥିଲା ।ଫଳ ସ୍ବରୂପ କୋଦଳା ଏନଏସି କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
