କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପ୍ରମୋଦ କୁମାର ପଣ୍ଡା ଜିରୋ ନାଇଟ୍ ଉସ୍ଛବ ମନାଇବା ସହ ବେଶ୍ ଧୁମଧାମରେ ନବବର୍ଷକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିପାଇଁ ନିଜ ବାସଭବନ ନିକଟରେ ସେଲିବ୍ରେସନ୍ ଉସ୍ଛବ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ସଂଖ୍ଯାରେ କର୍ମକର୍ତ୍ତା ମାନେ ଏଥିରେ ଉପସ୍ଥିତ ରହି ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ଇଂରାଜୀ ନୂତନ ବର୍ଷ ୨୦୨୪ କୁ ସ୍ବାଗତ କରିଛନ୍ତି। ଯୁବନେତା ପ୍ରମୋଦ ପଣ୍ଡାଙ୍କ ନିକଟରେ ପହଞ୍ଚିଥିଲେ ହଜାର ହଜାର ସମର୍ଥକ। ଏହି ଅବସରରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମେଲୋଡୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ନାଚଗୀତରେ ମସଗୁଲ ହୋଇଥିଲେ କର୍ମକର୍ତ୍ତା। ଏହି ଅବସରରେ ଇଂରାଜୀ ନବବର୍ଷ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପ୍ରତିଟି ଜନସାଧାରଣଙ୍କ ପାଇଁ ସୁଖ ଶାନ୍ତି ଭରିଦେଉ ବୋଲି କହିଛନ୍ତି ଯୁବନେତା ପ୍ରମୋଦ ପଣ୍ଡା। ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
