You are currently viewing ନୁଆ-ଓ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକ୍ରମ ନିଶାନିବାରଣ
ନୁଆ-ଓ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟକ୍ରମ ନିଶାନିବାରଣ

ପୁରୁଷୋତ୍ତମୁପୁର – ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଆମ ଓଡ଼ିଶା-ଓ କାର୍ଯ୍ୟକ୍ରମ ଦୀର୍ଘ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ତାରାତାରିଣୀ କଲେଜ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶାର ଅନ୍ୟ ଏକ ସାମାଜିକ କାର୍ଯ୍ୟକ୍ରମ “ନିଶା ନିବାରଣ ” ପ୍ରଥ ପ୍ରାନ୍ତ ନାଟକ କରି ସଚେତନତା ଅଭିଯାନ କରିଥିଲେ।

କଲେଜ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଶିତ ନାଟକର ନୋଡାଲ ଅଫିସର ଅଧ୍ୟାପକ ଏନ. ମୋହନଙ୍କ ନିର୍ଦ୍ଦେଶନାରେ ସୁନ୍ଦର ଅଭିନୟ ମାଧ୍ୟମରେ ମାଦକ ଦ୍ରବ୍ୟ ନିବାରଣ, ସ୍ବାସ୍ଥ୍ୟପ୍ରତି ଗୁଟଖା ମସଲା ଖାଇଲେ କେତେ ଯେ କ୍ଷତିକାରକ ନାଟକ ମଞ୍ଚସ୍ଥ କରି ଜନସାଧାରଣଙ୍କ ଆକର୍ଷଣୀୟ ପାଲଟିଥିଲେ। ପୁରୁଷୋତ୍ତମପୁର ସ୍ତିତ ହାଡ଼ିସାହି ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ସିମାଞ୍ଚଳ ପଟ୍ଟନାୟକ, ସନ୍ନମାନିତ ଅତିଥି ଭାବେ ୱାର୍ଡ କାଉନସିଲର ଭାସ୍କର ବେହେରା, କାଉନସିଲର ଭବାନୀ ଶଙ୍କର ନାହାକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରବୀର କେଶରୀ ପ୍ରଧାନ, ସଚେତନତା ଅଭିଯାନର

ସଂଯୋଜକ ସୁଧୀର କୁମାର ଦାସ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରି ସଫଳ କରାଇଥିଲେ । ଆମ ଓଡିଶା-ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଅତିଥି ମାନେ ସଚେତନ କରାଇ ଭୂୟସୀ ପ୍ରଶଂସା କରିଥିଲେ ।

ରିପୋର୍ଟ ପ୍ରସନ୍ନ କୁମାର ଦାସ