You are currently viewing ନୁଆଁ ଓଡିଶା ନବୀନ ଓଡିଶା ଜୁଵ ଓଡିଶା ଉଦଯାପନୀ ଉଚ୍ଛଵ
ନୁଆଁ ଓଡିଶା ନବୀନ ଓଡିଶା ଜୁଵ ଓଡିଶା ଉଦଯାପନୀ ଉଚ୍ଛଵ

ଜଗନ୍ନାଥ ପ୍ରସାଦ – 20/12/23 ( ଚିତ୍ତରଞ୍ଜନ ଗନ୍ତାୟତ )
ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଓଡିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ନୁଆ ଓଡିଶା,ଯୁଵ ଓଡିଶା ଓ ନବୀନ ଓଡିଶା ଆନୁକୂଲ୍ୟରେ ଚାଲିଥିବା ସମନିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ସ୍ଥାନୀୟ ବୈଦେହିସ ସାଂସ୍କୃତିକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଇ ଉତ୍ସବରେ ନୋଡାଲ ଅଧିକାରୀ ଡ଼. ଜୟଦେବ ଗୌଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ଉଚ୍ଚ ମଧ୍ୟ୍ୟମିକ ବିଦ୍ୟାଳୟ ଅଧକ୍ଷ ଶ୍ରୀ ନୃସିହ ଚରଣ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ,ସମ୍ମାନିତ ଅତିଥି ରୂପେ୨୪ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ମାନସୀ ସେଠି, ସମିତି ସଭ୍ୟ ଯୁଧିଷ୍ଠିର ସେଠି ଯୋଗ ଦେବା ସହ ପ୍ରାଧ୍ୟାପକ ମିହିର କୁମାର ଶତପଥୀ, ସୁନୀର କାନ୍ତ ମିଶ୍ର, ସୁନୀଲ କୁମାର ମୁନି,ଲୋକନାଥ ମହାନ୍ତି, ଶଙ୍କର୍ଷଣ ପାତ୍ର,ପ୍ରଶାନ୍ତ ରଥ, ଭାସ୍କର ଗୌଡ଼, ରାଧାମାଧବ ପ୍ରଧାନ, ହାଡୁବନ୍ଧୁ ପ୍ରଧାନ,ସୁଶାନ୍ତ କୁମାର ପାତ୍ର, ପ୍ରାଧ୍ୟାପକ ଆରତୀ ମହାପାତ୍ର, ଅଧ୍ୟାପିକା ସୁନିତା ଗୌଡ଼, ଆସ୍ମା ନନ୍ଦ, ସଂକର୍ଷଣ ପାତ୍ର, ଏ ରାମମୃତ୍ତି ଦୋରା, ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ପଦ୍ମନାଭ ପ୍ରଧାନ ପ୍ରମୁଖ ମଂଚାସୀନ ରହିଥିଲେ l ଏହି କାର୍ଯ୍ୟକ୍ରମ ନଭେମ୍ବର ୧୫ ଠାରୁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା ନୂଆ ଓଡିଶା, ଯୁବ ଓଡିଶା ଓ ନବୀନ ଓଡିଶା ମାଧ୍ୟମରେ ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ କ୍ରୀଡା ପ୍ରତିଯୋଗିତା, ସଂସ୍କୃତିକ ପ୍ରତିଯୋଗିତା, ସାମାଜିକ ସେବା ଓ ସଚେତନତା କାର୍ଯ୍ୟକ୍ରମ ଗୁଡିକ ପ୍ରତ୍ୟେକ ଗ୍ରାମ, ସାହି ଏବଂ କଲେଜ ପରିସରରେ କରାଯାଇଥିଲା l କାର୍ଯ୍ୟକ୍ରମ ଗୁଡିକରେ ଭାଗ ନେଇଥିବା କ୍ରୀଡା, ସାଂସ୍କୃତିକ ଓ ସାମାଜିକ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ୪୫୦ଜଣ କୃତି ଛାତ୍ରଛାତ୍ରୀ ମାନଂକୁ ସ୍ମାରକ ପତ୍ର, ପ୍ରାଇଜ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l

କାର୍ଯ୍ୟକ୍ରମକୁ ଡିଇଓ ସରୋଜ କୁମାର ନାୟକ, ସନ୍ତୋଷ କୁମାର ଦଳେଇ, ମଦନ ମାଝୀ ଓ ଆଲୁମିନ ସମ୍ପାଦକ ବିଭୁତି ଭୂଷଣ ନାୟକ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ଉଚ୍ଚ ମଧ୍ୟ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ସହ ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା ଓ ନୋଡାଲ ଅଧିକାରୀ ଶ୍ରୀ ଗୌଡ଼ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ l