You are currently viewing ସାନଖେମୁଣ୍ଡିରେ କଳାକାର ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର
ସାନଖେମୁଣ୍ଡିରେ କଳାକାର ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର

ସାନଖେମୁଣ୍ଡି ୧୫/୯ : ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମେତ ଶିକ୍ଷା ସ୍ଵାସ୍ଥ୍ୟ କୃଷି ବନୀକରଣ ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ସାମାଜିକ କ୍ଷେତ୍ରର ପ୍ରଚାର ପ୍ରସାର ଓ ଜନସଚେତନତା ସୃଷ୍ଟି ପାଇଁ ଗ୍ରାମାଞ୍ଚଳର କଳାକାର ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। କଳା ସଂସ୍କୃତି ସଂଘ ମାଧ୍ୟମରେ କଳା ଓ ସାଂସ୍କୃତିକ ଦଳ ମାନେ ଲୋକଙ୍କୁ ନିଜସ୍ବ କଳା ପରିବେଷଣ ଜରିଆରେ ପାରିଶ୍ରମିକ ପାଇବା ସହ ସଚେତନତା ସୃଷ୍ଟି କରିବେ।ଏଥି ପାଇଁ ଆଜି ସାନଖେମୁଣ୍ଡି ବ୍ଲକ୍ କଳା ସଂସ୍କୃତି ସଂଘ ପକ୍ଷରୁ ବ୍ଲକ୍ ସ୍ତରୀୟ କଳାକାର ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରକୁ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉଦଘାଟନ କରିଥିଲେ।

ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈଜୟନ୍ତି ମୁଣ୍ଡା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝି ଜିଲ୍ଲା ସଂଶାଧନ ପ୍ରଶିକ୍ଷକ କୁଞ୍ଜ ବିହାରି ଦାସ ପ୍ରମୁଖ ଲୋକନୃତ୍ୟ ସାଂସ୍କୃତିକ ଦଳର ସାମର୍ଥ୍ୟ ପରୀକ୍ଷଣ କରିଥିଲେ। ସାନଖେମୁଣ୍ଡି ବ୍ଲକ୍ ରେ ଆବେଦନ କରିଥିବା ୪୬ ଟି ଦଳ ମଧ୍ୟରୁ ଦାସକାଠି ଭାରତଲୀଳା ପ୍ରହଲ୍ଲାଦ ନାଟକ ସଙ୍କୀର୍ତ୍ତନ ଦଳ ସଉରା ନୃତ୍ୟ ଗାହାଣ ପ୍ରଭୃତି ୪୨ ଟି ସାଂସ୍କୃତିକ ଲୋକନୃତ୍ୟ ଦଳ ନିଜସ୍ବ କଳା ସାମର୍ଥ୍ୟ ପ୍ରତିପାଦନ କରିଥିଲେ। ( ରିପୋର୍ଟ ବିନାୟକ ଦାସ)