ବ୍ରହ୍ମପୁର , ୦୭/୧୧ – ( ପ୍ରଫୁଲ୍ଲ ସାବତ ) -:- ସାନ ବଜ଼ାର ନିକଟସ୍ଥ ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ମାସ ବ୍ୟାପି ରୁଦ୍ରାଭିଷେକ ଅନୁଷ୍ଠିତ ହେଉଅଛି | ଆଜି ପବିତ୍ର କାର୍ତ୍ତିକ ମାସ ସୋମବାର ଉପଲକ୍ଷେ ଏହି ମନ୍ଦିର ରେ ଏକ ଅନ୍ନଯଜ୍ଞ ର ଆୟୋଜନ କରାଯାଇଅଛି କାର୍ତ୍ତିକ ମାସରେ ସକାଳ ଓ ସନ୍ଧ୍ୟା ସମୟରେ ପ୍ରତ୍ୟେକ ଦିନ ୧୦୮ ଆଳତି ଓ ୧୦୮ ଦୀପ ପ୍ରଜ୍ୱଳନ ମଧ୍ୟ କରାଯାଉଅଛି ।
ଆଜି ପ୍ରଭାତ ୪ ଘଣ୍ଟ ସମୟରେ ମନ୍ଦିର ଦ୍ଵାର ଫିଟା ନୀତି କରି ପ୍ରଭାତ ୪ ଘ. ୩୦ ମିନିଟ ସମୟରେ ବିଭିନ୍ନ ମନ୍ତ୍ର ଦ୍ୱାରା ଜଳାଭିଷେକ, ପଞ୍ଚାମୃତ ଦ୍ୱାରା ଅଭିଷେକ ଓ ୧୦୮ ବେଳପତ୍ର ଅର୍ପଣ କରାଯାଇଥିଲା ।

ବିଭିନ୍ନ ଘଣ୍ଟ ବାଦ୍ୟ ଦ୍ଵାରା ଆଳତି କରାଯାଇ ବିଭିନ୍ନ ଫଳରସ ଦ୍ୱାରା ମାର୍ଜନ କରିସାରିବା ପରେ ଭକ୍ତ ଙ୍କ ସାଧାରଣ ଦର୍ଶନ କରିବାର ଆୟୋଜନ କରାଯାଇଥିଲା ।
