You are currently viewing ପ୍ରକୃତିର ସୁରକ୍ଷାରେ କ୍ରାନ୍ତି ଆଣିବା ପାଇଁ ପାଳିଲେ ମକର ସଂକ୍ରାନ୍ତି।
ପ୍ରକୃତିର ସୁରକ୍ଷାରେ କ୍ରାନ୍ତି ଆଣିବା ପାଇଁ ପାଳିଲେ ମକର ସଂକ୍ରାନ୍ତି।

ଆସିକା,୧୫/୧ (ଶକ୍ତି ପ୍ରସାଦ କର ) ଆସିକା ବ୍ଳକ ବାବନପୁର ପଞ୍ଚୟାତ ନିକଟରେ ଥିବା ମୋକ୍ଷର ଧାମରେ ଧୂମଧାମରେ ମକର ସଂକ୍ରାନ୍ତି ପାଳନ ହୋଇଯାଇଛି । ପ୍ରତ୍ୟେକ ବ୍ୟକ୍ତି କଠିନ ପରିଶ୍ରମ ଓ ନିଷ୍ଟାର ସହ କାର୍ଯ୍ୟକରି ସଫଳତା ପାଇବା ପରେ ସମାଜର କଲ୍ୟାଣରେ ଆସିଥାଏ ସେମାନଙ୍କୁ କ୍ରାନ୍ତି କାରି ବ୍ୟକ୍ତି କୁହାଯାଉଥିବା ବେଳେ ପରିବେଶରେ ସୁଧାର ଆଣିବା ପାଇଁ ଗଡ୍ ଅନୁଷ୍ଠାନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପରିଭିତିକ କାର୍ଯ୍ୟକ୍ରମ ସହିତ ନାଢ଼ ଗିତ ମାଧ୍ୟମରେ ଲୋକଙ୍କୁ ସଚେତନତା ସହିତ ପ୍ରକୃତି ମାତାଙ୍କ ପୂଜା ପାଠ ସହ ଅନ୍ନ ଯଜ୍ଞ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବା ବେଳେ ଉକ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ସେନା କର୍ମଚାରୀ ପଦ୍ମଚରଣ ନାୟକ, ପୃଥିବୀ ରାଜ ନାୟକ, ହରିହର ମୁନି, ପ୍ରଫୁଲ ଗୈଡ, ଧନୁଧର ମୁନି, ଶିବରାମ ବାଡତ୍ୟା, ଜଗନ୍ନାଥ ନାୟକ, ସନ୍ତୋଷ କୁମାର ଦାସ, କଳାକାର ବନବାସୀ ନାହକ କଳା ପଦର୍ଶନ କରି ପରିବେଶ ଦିଗରେ ସଚେତନତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆସିକା ସମେତ ବିଭିନ୍ନ ଅଞ୍ଚଳରୁ ବହୁ ମହିଳା ପୁରଷ ମାନେ ଆସି ସାମିଲ ହୋଇଥିଲେ ।

ଉକ୍ତ କାର୍ଯ୍ୟକ୍ରମ ଦେଖି ବାବନପୁର ସରପଞ୍ଚଙ୍କୁ ବୃଦ୍ଧିଜିବୀ ମହଲରେ ପ୍ରସଂଶା କରିବା ସହ ସଂକ୍ରାନ୍ତିର ପକୃତ ସଂଜ୍ଞା ବୁଝିପାରିଛନ୍ତି ବୋଲି ଆଲୋଚନା ହେଉଛି ।