କୋଦଳା
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା ଫେଲ୍ ମାରୁଛି।ସ୍ୱାସ୍ଥ୍ୟ, ଗମନାଗମନ, ପାଣି, ଶିକ୍ଷା, ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ଟଙ୍କା ସବୁ କେତେ ଲୋକଙ୍କ ହିତରେ ଖର୍ଚ୍ଚ ହେଉଛି ଓ କେତେ ବାଟମାରଣା ହେଉଛି ତା’ର କିଛି ହିସାବ ନାହିଁ। ତେବେ ରାଜ୍ୟ ରାଜକୋଷରୁ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳୀମେଘି ପଞ୍ଚାୟତରେ ଆଦିବାସୀ ମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଛନ୍ତି।
ଅଞ୍ଚଳର ଆଦିବାସୀ ଲୋକଙ୍କ ଜୀବନଜୀବିକା ପ୍ରତି ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ଦାବି କରିଛି କୃଷକ ମୋର୍ଚ୍ଚା।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କାଳିମେଘି ସମେତ ବିଭିନ୍ନ ପଞ୍ଚାୟତରେ ଥିବା ଆଦିବାସୀ ଗ୍ରାମ ଗୁଡିକରେ ସରକାରଙ୍କ ଯୋଜନା ସଠିକ୍ ଭାବେ ପହଞ୍ଚୁନଥିବା ଅଭିଯୋଗରେ ବୁଧବାର ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନେଇ ଏକ ଦାବିପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ପ୍ରଜ୍ଞା ପ୍ରିୟଦର୍ଶିନୀକୁଂ ପ୍ରଦାନ କରାଯାଇଛି। ମନରେଗାରେ କାମ ମିଳୁ ନଥିବା, ଜଂଗଲ ଅଧିକାର ଆଇନ କାର୍ଯ୍ୟକାରୀ ନହେବା, ଷ୍ଟ୍ରିଟ ଲାଇଟ ଲାଗିଥିଲେ ମଧ୍ୟ ଜଳୁ ନଥିବା, ସୋଲାର ସିଷ୍ଟମ୍ ଦ୍ବାରା ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଚେକ୍ ଡ୍ଯାମ ନିର୍ମାଣ, ବିଧବା, ବାର୍ଧକ୍ୟ ମାନଙ୍କୁ ଭତ୍ତା ପ୍ରଦାନ,ଯୋଗ୍ଯ ହିତାଧିକାରୀଙ୍କୁ ଆବାସ ଗୃହ ଯୋଗାଣ ପ୍ରଭୃତି ଦାବିରେ ବହୁ ଆଦିବାସୀ ବିଡିଓଙ୍କୁ ଭେଟି ଦାବି ଜଣାଇଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
