You are currently viewing ବ୍ରହ୍ମପୁର ରେ ଡ଼୍ରୋନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ । ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର ।
ବ୍ରହ୍ମପୁର ରେ ଡ଼୍ରୋନ ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ । ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର ।

ବ୍ରହ୍ମପୁର , ୧୦/୧୧ – ( ଅମିତ୍ ସାହୁ ) -:- ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର । ଆଉ ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ଡ଼୍ରୋନ ସର୍ଭେ । ରାଜ୍ୟ ଅନ୍ୟ ୪ଟି ମହାନଗର ଭଳି ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଆଜି ଡ଼୍ରୋନ ସର୍ଭେ ଆରମ୍ଭ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫିରେନ୍ସ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁର ସହରର ୧୦ ନମ୍ବର ଓ୍ବାର୍ଡ଼ରେ ରହିଥିବା ଆଇନବନ୍ଧ ସାହିରେ ଆଜି ଠାରୁ ଏହି ଡ଼୍ରୋନ ସର୍ଭେ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।

ଏଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଏମସି କମିଶନର ଜେ.ସୋନାଲ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.ବିବେକ ରେଡ଼ିଙ୍କ ଦ୍ବାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସହରରେ ରହିଥିବା ୧୬୩ଟିରେ ଏହି ଡ଼୍ରୋନ ସର୍ଭେ କରାଯିବ । ଏହି ଡ଼୍ରୋନ ସର୍ଭେ ପରେ ଉଶା ସର୍ଭେ ନାମକ ଆଉ ଏକ ସର୍ଭେ ମଧ୍ୟ କରାଯିବ । ଏହାପରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ ।

ସହରରେ ରହିଥିବା ୧୬୩ଟି ବସ୍ତିରେ ପ୍ରାୟ ୨୮ ହଜାରରୁ ଅଧିକ ଲୋକେ ଏହାଦ୍ବାରା ଉପକୃତ ହୋଇପାରିବ । ଆଜି ଠାରୁ ଏହି ଡ଼୍ରୋନ ସର୍ଭେ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଏହି ସର୍ଭେ ଶେଷ କରାଯିବା ସହିତ ବସ୍ତିବାସିନ୍ଦାଙ୍କୁ କିଭଳି ଯଥାଶୀଘ୍ର ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ ସେ ନେଇ ବିଏମସି ତତ୍ପର ହୋଇ କାମ କରିବ ବୋଲି କହିଛନ୍ତି ବିଏମସି କମିଶନର । ବସ୍ତିବାସିନ୍ଦାଙ୍କୁ ପୂର୍ବରୁ ବସ୍ତିରେ ଜାଗା ମିଶନ ଜରିଆରେ ରାସ୍ତା, କ୍ଷୁଦ୍ର ପାର୍କ ସହ ସୌନ୍ଦର୍ଯ୍ୟକରଣ କରି ବସ୍ତିର ଉନ୍ନତି କରିଥିଲେ । ବର୍ତ୍ତମାନ ସେମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ ଓ ମେୟର ।