ନୟାଗଡ଼ ଜିଲ୍ଲା ରାଜସୁନାଖଳା ମହୋତ୍ସବ କାଉଁରୀ -୨୦୨୨ ର ଉଦଯାପନୀ ସମାରୋହ ଅବସରରେ ମାନ୍ୟବର ନୟାଗଡ଼ ଜିଲ୍ଲା ଏସ,ପି ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପାହୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ରାଜ୍ୟ ସଭାପତି ପରମ ଶୈବ ଲଳିତ କୁମାର ମହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ର।ଉଭୟେ ରାଜସୁନାଖଳା ମହୋତ୍ସବରେ ଗତ କାଲି ଅର୍ଥାତ ଅତିଥି ଭାବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିଲା।
ମାତ୍ର କୌଣସି କାରଣ ବଶତଃ ଯୋଗଦାନ କରି ପାରିନଥିଲେ।କିନ୍ତୁ ଆମ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ପ୍ରତି ମହୋତ୍ସବ କମିଟି ରାଜସୁନାଖଳା ର ଅପାର ଭଲ ପାଇବା ଥିବା କାରଣରୁ ପୁନଶ୍ଚ ଆଜି ସମ୍ବର୍ଦ୍ଧନା ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ଅଶେଷ ଅଶେଷ କୃତଜ୍ଞତା ଜଣାଉଛୁ।ମହାକାଳ ପରମେଶ୍ୱର ଶଙ୍କର ଭଗବାନ ଏବଂ ମା ଭଗବତୀ ମହୋତ୍ସବ କୁ ଦୀର୍ଘାୟୁ କରନ୍ତୁ ଏତିକି କାମନା।ଜୟ ଶିବଶମ୍ଭୁ।
