You are currently viewing ଆଦିବାସୀ ବୋଲି ଶୁଣିଲେନି ସରକାର, ଆମ ପିଲାଙ୍କ ଭବିଷ୍ୟତ ଅନ୍ଧାର
ଆଦିବାସୀ ବୋଲି ଶୁଣିଲେନି ସରକାର, ଆମ ପିଲାଙ୍କ ଭବିଷ୍ୟତ ଅନ୍ଧାର

କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମପଞ୍ଚାୟତ ର ବାଉଁସିଆପଲ୍ଲୀ ଗ୍ରାମରେ ଅଭାବନ୍ୟ ଘଟଣା ଦେଖିବାକୁ ମିଳିଛି। ବିଜେପି ସରକାର ଧୀଣ୍ଡିରା ମାରି କହୁଛନ୍ତି ଆମେ ଆଦିବାସୀ ଙ୍କୁ ସମସ୍ତ ପ୍ରକାର ସୁଵିଦା ଯୋଗାଉଛୁ। କିନ୍ତୁ ଏଠି ସବୁ ଓଲଟା ଯାହାକି କୁନି କୁନି ପିଲାଙ୍କ ଚାଲୁ ରହିଥିବା ସ୍କୁଲ କୁ ବନ୍ଦକରି ରଖିଛନ୍ତି ସରକାର।

ଯାହାକି ପିଲାମାନେ ପାଠ ପଢ଼ିବାରୁ ବଂଚିତ ରହୁଛନ୍ତି ଦୀର୍ଘ ବର୍ଷ ଧରି ।ଅଂଚଳବାସୀ ବାରମ୍ବାର ଅଭିଯୋଗ କଲେ ଜିଲ୍ଲାପାଳଙ୍କୁ ଚିଠି କଲେ, ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ବିଇଓ ଙ୍କୁ ଚିଠି କଲେ, ବ୍ଲକ ବିଡ଼ିଓ ଙ୍କୁ ମଧ୍ୟ୍ୟ ଜଣାଇଲେ।କୌଣସି ସରକାରୀ ଅଧିକାରୀ କିମ୍ବା କୌଣସି ନେତାମନ୍ତ୍ରୀ ଶୁଣୁ ନଥିବା କହିଛନ୍ତି। ସରକାର ଙ୍କ ନିୟମା ଅନୁସାରେ ଯେଉଁ ସ୍କୁଲ ରେ ଛାତ୍ର, ଛାତ୍ରୀ ୨୦ରୁ ଉର୍ଦ୍ଧ ଅଛନ୍ତି ସେଇ ସ୍କୁଲ ବନ୍ଦ ହେବନି ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ଗ୍ରାମରେ ୨୭ ଛାତ୍ର, ଛାତ୍ରୀ ପଢ଼ୁଥିବା ବେଳେ ସ୍କୁଲ ଟି କିପରି ବନ୍ଦ ହୋଇଛି। କିଛି ଗ୍ରାମବାସୀ ପିଲାଙ୍କୁ ପାଠ ପଢେଇବାପାଇଁ ବାହାର ହଷ୍ଟେଲ କୁ ପଠାଇଥିବା କହିଛନ୍ତି ।

ଆଦିବାସୀ ଅଞ୍ଚଳ ବାସୀ କହିଛନ୍ତି ଆମେ ମୂର୍ଖ ହେଲୁ କିନ୍ତୁ ଆମ ପିଲାମାନଙ୍କୁ ମୂର୍ଖ କରିବାକୁ ଦେବୁନି। କିନ୍ତୁ ସରକାର ଆମ କଥା ଶୁଣୁନାହାନ୍ତି। ଆଗାମୀ ଦିନରେ ଆମ କଥା କେହି ନଶୁଣିବେ ତାହାହେଲେ ବ୍ଲକ ଅଫିସ ଏବଂ ବିଇଓ ଅଫିସ ଘେରାଉ କରିବୁ।