ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଂଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ଭାସ୍କର ଦାସଙ୍କ ଗୁରୁବାର ଦିନ ଥିଲା ଦ୍ୱାଦଶାହ ଦିବସ | ତାଳସର ସ୍ଥିତ ନିଜସ୍ୱ ଵାସ ଭବନରେ ଆୟୋଜିତ ଏହି ଦ୍ୱାଦଶାହ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ହର ପ୍ରସାଦ ସାହୁ, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବିଜେପିର ବରିଷ୍ଠ ନେତା ରଞ୍ଜନ ପଲେଈ, କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ସାହୁ, ପିସିସି ସଭ୍ୟ ଭାଗିରଥି ବେହେରା, ସୁଜ୍ଞାନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସ୍ବର୍ଗତ ଭାସ୍କର ଦାସଙ୍କ ଆମର ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ବର୍ଗତ ଦାସ ଜଣେ ପରୋପକାରି,ମେଳାପୀ ଏଵଂ ବରିଷ୍ଠ ରାଜନୀତି ଥିଲେ | ତାଙ୍କ ବିୟୋଗ ରେ ଅଞ୍ଚଳ ପାଇଁ ନିହାତି ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜର ମତ ରଖିଥିଲେ | ଏହି କାର୍ଯ୍ୟକ୍ରମ କୁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହା ସଚିବ ଦଣ୍ଡପାଣି ମହାପାତ୍ର, ବେଗୁନିଆ ପଡା ବ୍ଲକ କଂଗ୍ରେସ ସଭାପତି ବୁଲା ଜେନା ପ୍ରମୁଖ ସଂଯୋଜନା କରିଥିବା ବେଳେ ସ୍ବର୍ଗତ ଦାସଙ୍କ ଦୁଇ ପୁତ୍ର ଭବାନୀ ପ୍ରସାଦ ଦାସ, ଭକ୍ତ ଚରଣ ଦାସଙ୍କ ସମେତ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ,ସିପିଆଇ ନେତା ରଙ୍କନାଥ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ଭୂୟାଁ, ତାଳସର ପଞ୍ଚାୟତର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ, ପୂର୍ବତନ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷ ଭ୍ରମର ଭୂୟାଁ, ଅବସର ପ୍ରାପ୍ତ ଶିକ୍ଷକ ରଘୁନାଥ ଦୋରା, ଭିକାରୀ ରାଉତ, ଆନନ୍ଦ ସ୍ୱାଇଁ, ମହେନ୍ଦ୍ର ଗୌଡ଼, ପଦ୍ମ ସ୍ୱାଇଁ ଭରତ ମହାରଣା, ଭିକାରୀ ସେଠିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
